ସୁବର୍ଣ୍ଣପୁରରେ ବନ୍ୟା ସ୍ଥିତି, ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 28, 2020

ସୁବର୍ଣ୍ଣପୁରରେ ବନ୍ୟା ସ୍ଥିତି, ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ

ସୋନୁପର/ବୌଦ୍ଧ(ଓଡ଼ିଶା ରିପୋର୍ଟର): ତିନି ଦିନର ଲଗାଣ ବର୍ଷା ପରେ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟା ପାଣି ଛଡ଼ାଯିବା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପୁର ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ବୀରମହାରାଜପୁରରୁ ବିଜେପୁର ଦେଇ ସୋନପୁର ଜିଲ୍ଲା ସଦର ମହକୁମାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସେହିଭଳି ମହାନଦୀର ବଢ଼ି ପାଣିରେ ବାଉରୀଯୋରରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବୀରମହାରାଜପୁରରୁ ରେଢୋଖୋଲ,ବୌଦ୍ଧ ଏବଂ ଆଠମଲ୍ଲିକକୁ ଯୋଗାଯାଗ ବିଚ୍ଛିନ୍ନ ହୋଇଛି। ଘୁଂଘିଯୋରରେ ବନ୍ୟାପାଣି ଚାଲୁଥିବାରୁ ବୀରମହାରାଜପୁର-ଅମରପାଲି ରାସ୍ତାରେ ବହଳପଦର ପଞ୍ଚାୟତ, ଦୁର୍ଜନତଇଲା ଏବଂ ଲୁତୁରପଂକ ପଞ୍ଚାୟତ ସମେତ ସମ୍ୱଲପୁର ଜିଲ୍ଲାର ଚାରମାଳ,  ରେଙ୍ଗାଲି ଏବଂ ରେଢାଖୋଲ ଅଞ୍ଚଳକୁ ୨ଦିନ ହେଲା ଯୋଗାଯୋଗ ବିଚ୍ଛିନ୍ନ ରହିଛି।

ଉଲୁଣ୍ଡା ବ୍ଲକ ମୁଣ୍ଡଘାଟ ପଞ୍ଚାୟତର ହିକୁଡି, ବିଜେପୁର ଏବଂ ମୁଣ୍ଡଘାଟ ଗାଁ ଏବେ ପାଣି ଘେରରେ ଥିବା ସହ ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁ ମହାନଦୀ କୂଳରେ ଥିବା ଆପଟନୁଆଁଗଡ, ଖମ୍ୱଶିରିପାଲି, ନୁଆଁପାଲି, ଦେଉଳୀ, ଫୁଲଚାର, ନୁଆଁଗକେଲଗାଁ, କେଉଟିପାଲି ଏବଂ କୁଂଜାମହୁଲ ଭଳି ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି। ବନ୍ୟାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି।

ଅନ୍ୟପକ୍ଷରେ ହୀରାକୁଦ ଗେଟ୍ ଖୋଲିବା ପରେ ବୌଦ୍ଧରେ ବିପଦ ସଙ୍କେତ ଛୁଇଁଲା ମହାନଦୀ। ବିପଦ ସଙ୍କେତ ୮୦.୭୦ ମିଟର ଛୁଇଁଛି। ଏଥିସହ ତଳିଆ ଅଞ୍ଚଳରେ ମହାନଦୀର ବନ୍ୟା ଜଳ ପଶିଛି।

ସୂଚନାଯୋଗ୍ୟ, ହୀରାକୁଦ ଡ୍ୟାମର ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।

The post ସୁବର୍ଣ୍ଣପୁରରେ ବନ୍ୟା ସ୍ଥିତି, ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ appeared first on Odisha Reporter.



from Odisha Reporter https://ift.tt/3gBxosf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages