ଆବଶ୍ୟକ ସାମଗ୍ରୀ : ଦେଶୀ କୁକୁଡ଼ା, ଲୁଣ, ଲଙ୍କାଗୁଣ୍ଡ, ହଳଦୀ, ପିଆଜରସୁଣ ପେଷ୍ଟ, ସୋରିଷ ବଟା, ଜିରା ଧନିଆ ଡାଲଚିନି ଓ ଇଲାଇଚି ପେଷ୍ଟ ଓ ତେଲ
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗୋଟିଏ ଦେଶୀ କୁକୁଡ଼ାରେ ଭଲ ଭାବରେ ତେଲ ମାରିଦିଅନ୍ତୁ। ଏହାପରେ ସେଥିରେ ଲୁଣ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ପିଆଜ ରସୁଣ ବଟା, ସୋରିଷ ବଟା, ଜିରା ଧନିଆ, ଗୁଜୁରାତି ଡାଲଚିନି ବଟା ଦେଇ ଭଲ ଭାବରେ ଗୋଳାନ୍ତୁ।
ମସଲା ଭଲ ଭାବରେ ଗୋଳାଇ ହୋଇଯିବା ପରେ ଏକ ଶାଳପତ୍ରରେ ମସଲା ଗୋଳା ଦେଶୀ କୁକୁଡ଼ାକୁ ରଖନ୍ତୁ। ଏହାପରେ ଏକ କଦଳୀ ପତ୍ରରେ ରଖି ତାକୁ କାଠି ଦ୍ୱାରା ବନ୍ଦ କରିଦିଅନ୍ତୁ। ଏବେ କଦଳୀ ପତ୍ରଗୁଡ଼ା ଦେଶୀ କୁକୁଡ଼ାକୁ ନିଆଁ ଅଙ୍ଗାରରେ ରଖନ୍ତୁ। ପାଖାପାଖି ୪୦ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଦେଶୀ କୁକୁଡ଼ା ପତ୍ର ପୋଡ଼ା।
The post ଘରେ ପ୍ରସ୍ତୁତ କରନ୍ତୁ ଦେଶୀ କୁକୁଡ଼ା ପତ୍ର ପୋଡ଼ା appeared first on Odisha Reporter.
from Odisha Reporter https://ift.tt/34Czt4V
No comments:
Post a Comment