ରାଜ୍ୟରେ ଚିହ୍ନଟ ହେଲେ ୩୦୨୫ କରୋନା ଆକ୍ରାନ୍ତ, ଆଜି ବି ଖୋର୍ଦ୍ଧା ଆଗରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 31, 2020

ରାଜ୍ୟରେ ଚିହ୍ନଟ ହେଲେ ୩୦୨୫ କରୋନା ଆକ୍ରାନ୍ତ, ଆଜି ବି ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୦୨୫  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୮୪୪  ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୧୧୮୧ଟି ହେଉଛି ଲୋକାଲ୍ କେସ୍‌।

ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ୬୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୧୨, ମୟୂରଭଞ୍ଜରୁ ୨୧୫, ଗଞ୍ଜାମରୁ ୨୦୭, ଢେଙ୍କାନାଳରୁ ୧୩୨, କେନ୍ଦ୍ରାପଡ଼ାରୁ ୧୨୮, କୋରାପୁଟରୁ ୧୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୫୬୧ରେ ପହଞ୍ଚିଥିବା ବେଳେ ୨୮,୭୧୯  ଆକ୍ଟିଭ କେସ୍‌ ଅଛି। ରାଜ୍ୟରେ  ୭୭,୨୮୬  ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି।

ସୂଚନାଯୋଗ୍ୟ, ଗତ୨୪ ଘଣ୍ଟାରେ ରାଜ୍ୟରେ ୫୦ ହଜାର ୪୨୧ କରୋନା ଟେଷ୍ଟ ହୋଇଛି।  ଆଣ୍ଟିଜେନ୍‌ରେ ୪୩,୨୩୨, RTPCRରେ ୭,୦୮୬ ଓ ଟ୍ରୁନଟ୍ ମାଧ୍ୟମରେ ୧୦୩ ଟେଷ୍ଟ ହୋଇଛି।

The post ରାଜ୍ୟରେ ଚିହ୍ନଟ ହେଲେ ୩୦୨୫ କରୋନା ଆକ୍ରାନ୍ତ, ଆଜି ବି ଖୋର୍ଦ୍ଧା ଆଗରେ appeared first on Odisha Reporter.



from Odisha Reporter https://ift.tt/3bgcJsH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages