ପୁଣି ଧସିଲା ଗେଙ୍ଗୁଟି ନଦୀ ବନ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 31, 2020

ପୁଣି ଧସିଲା ଗେଙ୍ଗୁଟି ନଦୀ ବନ୍ଧ

ଭଦ୍ରକ(ପାର୍ଥ ସାରଥୀ ନାୟକ): ପୁଣି ଧସିଲା ଦୁର୍ବଳ ନଦୀବନ୍ଧ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ମଳିକସାହି ନିକଟରେ ଗେଙ୍ଗୁଟି ନଦୀ ବନ୍ଧ ନଦୀ ଗର୍ଭକୁ ଧସିଯାଇଛି। ଏପରିକି ମଳିକ ସାହି ନିକଟରେ ନଦୀ ବନ୍ଧର ବିଭିନ୍ନ ସ୍ଥାନରେ ଫାଟ ଦେଖିବାକୁ ମିଳିଛି।

କିଛିଦିନ ପୂର୍ବରୁ ସମାନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା । ଲଗାଣ ବର୍ଷାରେ ପଥର ପ୍ୟାକିଂ ମଧ୍ୟ ଧସିଥିଲା । ଏହାପରେ ବନ୍ୟାଜଳ ଗେଙ୍ଗୁଟିରେ ପ୍ରବାହିତ ହେବାପରେ ଫାଟ ବଢିବାରେ ଲାଗିଥିଲା । ନଦୀରେ ଜଳସ୍ତର କମିବା ପରେ ପୁଣି ଧସିଛି ନଦୀବନ୍ଧ । ବନ୍ଧର ତଳିଆ ଅଞ୍ଚଳର ମାଟି ଧୋଇ ଯାଇଥିବାରୁ ପ୍ରାୟ ୩୦ ଫୁଟ ବନ୍ଧ ଧସିଛି ।ବାରମ୍ବାର ଏଭଳି ଘଟୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ରହିଛନ୍ତି ।

The post ପୁଣି ଧସିଲା ଗେଙ୍ଗୁଟି ନଦୀ ବନ୍ଧ appeared first on Odisha Reporter.



from Odisha Reporter https://ift.tt/2QDyKbs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages