ନୂଆଦିଲ୍ଲୀ: ଶ୍ରୀଲଙ୍କା ସର୍ବଦା ନିରପେକ୍ଷ ବିଦେଶୀ ନୀତିରେ ବିଶ୍ୱାସ କରେ। ତଥାପି ଦେଶ ସର୍ବଦା ଭାରତ ପ୍ରଥମେ ନୀତିକୁ ପାଳନ କରିବାକୁ ଚାହେଁ। ବିଶେଷ କରି ରଣନୀତି ଓ ସୁରକ୍ଷା ପ୍ରସଙ୍ଗରେ ଶ୍ରୀଲଙ୍କ ପଡ଼ୋଶୀ ଭାରତକୁ ପ୍ରଥମେ ରଖେ ବୋଲି ଆଜି ଶ୍ରୀଲଙ୍କାର ବୈଦେଶିକ ସଚିବ ଜୟନାଥ କୋଲୋମବାଗେ କହିଛନ୍ତି।
ଗୋଟିଏ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଜୟନାଥ କହିଛନ୍ତି, ରାଷ୍ଟ୍ରପତି(ଗୋଟାବାୟା ରାଜପାକ୍ଷେ) ରଣନୀତି ଓ ସୁରକ୍ଷା ପ୍ରସଙ୍ଗରେ ଶ୍ରୀଲଙ୍କା ସର୍ବଦା ଭାରତ ପ୍ରଥମେ ନୀତିକୁ ଅନୁସରଣ କରିବାକୁ କହିଛନ୍ତି। ଆମେ କେବେ ହେଲେ ଭାରତ ପ୍ରତି ବିପଦ ସୃଷ୍ଟି କରିବାକୁ ଚାହିଁବୁ ନାହିଁ।
ଆମେ ଭାରତ ଠାରୁ ହିଁ ଲାଭ ପାଇବୁ। ସୁରକ୍ଷା ପ୍ରସଙ୍ଗରେ ଭାରତ ହିଁ ପ୍ରଥମେ ବୋଲି ରାଷ୍ଟ୍ରପତି ବାରମ୍ବାର କହିଛନ୍ତି। କିନ୍ତୁ ଅର୍ଥନୀତିକ ଦୃଷ୍ଟି କୋଣରୁ ଅନ୍ୟ ରାଷ୍ଟ୍ର ସହ ମଧ୍ୟ ଆମେ ହାତ ମିଳାଇଛୁ। ଶ୍ରୀଲଙ୍କା ନିରପେକ୍ଷ ବିଦେଶ ନୀତିରେ ବିଶ୍ୱାସ କରୁଥିଲେ ହେଁ ଭାରତର ସୁରକ୍ଷା ପ୍ରତି ବେଶ ଯତ୍ନବାନ ରହିଛି।
ସେ ଆହୁରି କହିଛନ୍ତି, ଚାଇନା ହାତରେ Hambantota ପୋର୍ଟକୁ ୯୯ ବର୍ଷ ପାଇଁ ଟେକି ଦେବା ସବୁଠାରୁ ବଡ଼ ଭୁଲ ଥିଲା।
The post ଆମ ପାଇଁ ଭାରତ ଫାଷ୍ଟ, ଚାଇନା ସହ ଡିଲ କରିବା ଭୁଲ ଥିଲା ବୋଲି କହିଲା ଶ୍ରୀଲଙ୍କା appeared first on Odisha Reporter.
from Odisha Reporter https://ift.tt/34y1CtR
No comments:
Post a Comment