କରୋନା ଟେଷ୍ଟ ସାରି ଘରକୁ ଫେରିବା ବେଳେ ଭାସିଗଲେ ବୃଦ୍ଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 26, 2020

କରୋନା ଟେଷ୍ଟ ସାରି ଘରକୁ ଫେରିବା ବେଳେ ଭାସିଗଲେ ବୃଦ୍ଧା

ବାରିପଦା(ମାଣିକଲାଲ ପାଣି): କରୋନା ଟେଷ୍ଟ ପାଇଁ ଆସି ଘରକୁ ଫେରିବା ସମୟରେ ପାଣି ସ୍ରୋତରେ ଭାସି ଗଲେ ବୃଦ୍ଧା। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ମାଣତ୍ରୀ ମନ୍ଦିର ନିକଟ ରାସ୍ତାରେ ଆଜି ପରିବାରବର୍ଗଙ୍କ ସହ ଯାଉଥିବା ବେଳେ ବୃଦ୍ଧାଜଣକ ଭାସି ଯାଇଛନ୍ତି । ବୃଦ୍ଧା ଜଣକ ହେଲେ ଭିମଦା ଗାଁର ସ୍ନେହଲତା ମହାପାତ୍ର । ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି କରୁଥିବା ବେଳେ ସ୍ନେହଲତାଙ୍କ ପତ୍ତା ପାଇ ନ ଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପାଣି ଭିତରୁ ଉଦ୍ଧାର କରିଛି।

ମିଳିଥିବା ସୂଚନା ଅନୁଯାୟୀ, ସ୍ନେହଲତା ଓ ପରିବାରର ଅନ୍ୟ ସଦସ୍ୟମାନେ ଆଜି ବଡ଼ସାହି ଡାକ୍ତରଖାନାକୁ କରୋନା ଟେଷ୍ଟ ପାଇଁ ଯାଇଥିଲେ। ଫେରିବା ବାଟରେ ଆମ୍ବୁଲାନ୍ସଟି ପାଣି ଦେଖି ଅଟକି ଥିଲା। ତେବେ ପରିବାରବର୍ଗଙ୍କ ସହ ସ୍ନେହଲତା ରାସ୍ତା ପାର ହେବା ବେଳେ ଏକ ବଡ଼ ଦଳ ଭାସି ଆସି ଧକ୍କା ଦେଇଥିଲା। ଫଳରେ ପରିବାରର ଅନ୍ୟ ସଦସ୍ୟଙ୍କଠାରୁ ସ୍ନେହଲତାଙ୍କ ହାତ ଛାଡ଼ି ହୋଇ ଯାଇଥିଲା ଓ ସେ ପାଣି ସ୍ରୋତରେ ଭାସି ଯାଇଥିଲେ।

ପାଖରେ ଥିବା ଲୋକେ ନଈକୁ ଡେଇଁ ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ବୃଦ୍ଧା ଜଣଙ୍କ ସମସ୍ତଙ୍କ ଆଖି ସମ୍ମୁଖରେ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ବୃଦ୍ଧାଙ୍କ ସନ୍ଧାନ ପାଇପାରି ନାହାନ୍ତି। କିନ୍ତୁ ପାଣି ଭିତରୁ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ଜଣାଯାଇଛି।

The post କରୋନା ଟେଷ୍ଟ ସାରି ଘରକୁ ଫେରିବା ବେଳେ ଭାସିଗଲେ ବୃଦ୍ଧା appeared first on Odisha Reporter.



from Odisha Reporter https://ift.tt/3guXyNh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages