ପ୍ରଥମେ ଡିଭାଇଡର୍‌ରେ ପିଟି ହେଲା, ପରେ ଟ୍ରକ୍ ଧକ୍କା ଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 4, 2020

ପ୍ରଥମେ ଡିଭାଇଡର୍‌ରେ ପିଟି ହେଲା, ପରେ ଟ୍ରକ୍ ଧକ୍କା ଦେଲା

ବାଲୁଗାଁ (ଶକ୍ତି ପ୍ରସାଦ ମହାପାତ୍ର): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପାରିଙ୍କସାରୀ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଗୋଟିଏ ଗୋଡ଼ ଆଣ୍ଠୁ ତଳୁ ପୂରା କଟି ଯାଇଛି।

ସୂଚନା ଅନୁଯାୟୀ, ଗୋଟିଏ ପିକ୍‌ଅପ୍ ଭ୍ୟାନ୍‌ରେ ୧୦/୧୨ ଜଣ ଲୋକ ଆନ୍ଧ୍ର ପ୍ରଦେଶରୁ ପୁରୀ ଅଭିମୁଖେ ଯାଉଥିଲେ। ପାରିଙ୍କସାରୀ ଛକ ନିକଟରେ ଡ୍ରାଇଭରର ଆଖି ଲାଗିଯାଇଥିଲା। ଫଳରେ ଗାଡ଼ିଟି ଡିଭାଇଡରରେ ପିଟି ହୋଇ ରାସ୍ତାର ଅପରପାର୍ଶ୍ୱକୁ ଚାଲିଯାଇଥିଲା। ଆଉ ଏତିକିବେଳେ ସେପଟେ ଯାଉଥିବା ଏକ ଟ୍ରକ୍ ଏହାକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଭାବେ ଆହତ ହୋଇଥିବା ୩ ଜଣଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

The post ପ୍ରଥମେ ଡିଭାଇଡର୍‌ରେ ପିଟି ହେଲା, ପରେ ଟ୍ରକ୍ ଧକ୍କା ଦେଲା appeared first on Odisha Reporter.



from Odisha Reporter https://ift.tt/30u2xZW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages