ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସକୁ ବାତିଲ କରି ଦିଆଯାଇଛି। ଆସନ୍ତାକାଲି ଏହି ଟ୍ରେନ୍ ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ଯିବାକୁ ଥିବା ବେଳେ ଏହାକୁ ବାତିଲ୍ କରିଦିଆଯାଇଛି।
ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ରେଳଧାରଣା ଉପରେ ପାଣି ଜମି ରହିଛି। ତେଣୁ ଗତକାଲି ମୁମ୍ବାଇରୁ ଛାଡିବାକୁ ଥିବା ୦୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର ଟ୍ରେନକୁ ବାତିଲ କରାଯାଇଥିଲା।
ତେବେ ସଂଯୋଗକାରୀ ଟ୍ରେନ ନଆସିବା ଯୋଗୁ ଆସନ୍ତାକାଲି ଭୁବନେଶ୍ୱରରୁ ଛାଡିବାକୁ ଥିବା ୦୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ ବାତିଲ ରହିବI
The post କାଲି ଗଡ଼ିବନି କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ୍ appeared first on Odisha Reporter.
from Odisha Reporter https://ift.tt/39XBCsz
No comments:
Post a Comment