ଅହମଦାବାଦ: ଗୁଜୁରାଟ ଅହମଦାବାଦର ନଭରଙ୍ଗପୁରାସ୍ଥିତ ଏକ କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୩ ମହିଳା ଥିବା ଜଣାଯାଇଛି। ହସ୍ପିଟାଲରେ ଥିବା ୩୫ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।
ଗୁରୁବାର ଭୋର ପ୍ରାୟ ୩ଟା ୩୦ ସମୟରେ ହସ୍ପିଟାଲର ଆଇସିୟୁରୁ ପ୍ରଥମେ ଏହି ଅଗ୍ନିକାଣ୍ଡ ବ୍ୟାପିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସଙ୍ଗେ ସଙ୍ଗେ ହସ୍ପିଟାଲରେ ଫସିଥିବା ରୋଗୀଙ୍କୁ ସେମାନେ ବାହାର କରି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ।
ଅଗ୍ନିକାଣ୍ଡର କାରଣ ଜଣାପଡ଼ିନ ଥିଲେ ମଧ୍ୟ ସର୍ଟ ସର୍କିଟ୍ ଯୋଗୁ ଏପରି ହୋଇଥିବା ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଏହି ହସ୍ପିଟାଲରେ କେବଳ କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା କରାଯାଏ।
The post କୋଭିଡ ହସ୍ପିଟାଲ ଆଇସିୟୁରେ ଲାଗିଗଲା ନିଆଁ appeared first on Odisha Reporter.
from Odisha Reporter https://ift.tt/2EVGkeW
No comments:
Post a Comment