ମୁମ୍ବାଇ: ବଲିଉଡ୍ ଅଭିନେତା ଅଫ୍ତାବ୍ ଶିବଦାସାନୀ ବାପା ହୋଇଛନ୍ତି। ତାଙ୍କ ପତ୍ନୀ ନିନ ଦୁସାଂଜ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଘରକୁ ଝିଅ ଆସିଥିବାରୁ ଦୁହେଁ ବେଶ୍ ଖୁସି ଅଛନ୍ତି। ଝିଅ ଜନ୍ମ ହେବାର ଖବର ଅଫ୍ତାବ୍ ନିଜେ ସୋଶାଲ୍ ମିଡିଆ ଯୋଗେ ଦେଇଛନ୍ତି। ସୋଶାଲ୍ ମିଡିଆରେ ଏକ ସୁନ୍ଦର ଫଟୋ ପୋଷ୍ଟ କରି ସେ ଏହି ଖବର ଦେଇଛନ୍ତି।
ଅଫ୍ତାବ୍ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଲେଖିଛନ୍ତି- ସ୍ୱର୍ଗରୁ ଏକ ଛୋଟ ଅଂଶକୁ ପୃଥିବୀକୁ ପଠାଯାଇଛି। ଭଗବାନଙ୍କ କୃପାରୁ ନିନ ଓ ମୁଁ ଏକ କନ୍ୟା ସନ୍ତାନ ପାଇଛୁ। ତାଙ୍କୁ ପାଇ ଆମେ ଗର୍ବିତ। ଏବେ ଆମ ପରିବାରରେ ତିନି ଜଣ ସଦସ୍ୟ ହୋଇଗଲେ।
ଏ ଖବର ପାଇବା ପରେ ସମସ୍ତେ ଅଫ୍ତାବ ଓ ନିନଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି।
ଅଫ୍ତାବ୍ ଓ ନିନଙ୍କର ଏହା ହେଉଛି ପ୍ରଥମ ସନ୍ତାନ। ୬ ବର୍ଷ ତଳେ ସେମାନେ ବାହା ହୋଇଥିଲେ।
୨୦ରୁ ଅଧିକ ବର୍ଷ ହେଲା ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଥିବା ଅଫ୍ତାବ୍ ନିକଟରେ ପତ୍ନୀ ନିନାଙ୍କ ସହିତ ମିଶି ଏକ ପ୍ରଡକ୍ସନ କଂପାନୀ ଖୋଲିଛନ୍ତି। ୧୯୯୯ରେ ରିଲିଜ୍ ହୋଇଥିବା ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ମସ୍ତ’ରେ ହିରୋ ଭାବେ ଡେବ୍ୟୁ କରିବା ପୂର୍ବରୁ ଅଫ୍ତାବ୍ କିଛି ଫିଲ୍ମରେ ଚାଇଲ୍ଡ ଆର୍ଟିଷ୍ଟ ଭାବେ କାର୍ଯ୍ୟ କରିଥିଲେ।
The post ବାପା ହେଲେ ଅଫ୍ତାବ୍ appeared first on Odisha Reporter.
from Odisha Reporter https://ift.tt/3hWytvM
No comments:
Post a Comment