କଳାହାଣ୍ଡିରେ ଡ୍ରାଗନ ଚାଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 13, 2020

କଳାହାଣ୍ଡିରେ ଡ୍ରାଗନ ଚାଷ

ଭବାନୀପାଟଣା (ରାଜକୁମାର ସିଂହ ଦେଓ): କିଛି ନୂଆ କରିବାକୁ ହେଲେ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼େ। ସମସ୍ତଙ୍କ ସମର୍ଥନ ମିଳେନି କି ସମସ୍ତେ ଉତ୍ସାହିତ କରନ୍ତି ନାହିଁ। କିନ୍ତୁ ନିଜର ଇଚ୍ଛାଶକ୍ତି ଦୃଢ଼ ଥିଲେ ଏସବୁର ପ୍ରଭାବ ଆଦୌ ପଡ଼େ ନାହିଁ ଓ କାର୍ଯ୍ୟ ସିଦ୍ଧି ହୁଏ। ଏମିତି କିଛି ଘଟିଛି କଳାହାଣ୍ଡିର ଯୁବ ଚାଷୀ ବୈଷ୍ଣବ ସାହୁଙ୍କ କ୍ଷେତ୍ରରେ। ପୂର୍ବରୁ ପନିପରିବା ଚାଷ କରୁଥିବା ବୈଷ୍ଣବ ଡ୍ରାଗନ୍‌ ଚାଷ କରି ସଫଳ ହୋଇଛନ୍ତି।

ବୈଷ୍ଣବ ସାହୁ

ଡ୍ରାଗନ ଫଳଟି ଆମ ରାଜ୍ୟର ସାଧାରଣ ଫଳ ନୁହେଁ, ଅର୍ଥାତ୍ ସମସ୍ତଙ୍କ ବାଡ଼ି ବଗିଚାରେ ଏହା ହୁଏ ନାହିଁ। ଏହା ଏକ ବିଦେଶୀ ଫଳ। ଅବଶ୍ୟ ଆମ ଦେଶର ଅନେକ ରାଜ୍ୟରେ ଏହାର ଚାଷ ହେଉଛି। ତେଣୁ ଯେତେବେଳେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଳକ୍‌ର ବାଙ୍କେଲ ଭଳି ଉପାନ୍ତ ଗାଁରେ ବୈଷ୍ଣବ ଡ୍ରାଗନ ଚାଷ ଆରମ୍ଭ କଲେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହେବା ଓ ତାଙ୍କୁ ନିରୁତ୍ସାହିତ କରିବା ସ୍ୱାଭାବିକ ଥିଲା। ତେବେ ବାଙ୍କେଲ ଗାଁର ବୈଷ୍ଣବ ଏହି ଫଳ ବିଷୟରେ କେମିତି ଜାଣିଲେ ଓ କାହିଁକି ଏହାକୁ ଚାଷ କରିବା ପାଇଁ ମନ ବଳାଇଲେ?

କଥାଟା ୨୦୧୬ ମସିହାର। ବୈଷ୍ଣବଙ୍କ ପରିବାର ହେଉଛି ଇସ୍କନ ଭକ୍ତ। ତେଣୁ ସେହି ବର୍ଷ ସେମାନେ ସମସ୍ତେ ଦ୍ୱାରିକା ଯାଇଥିଲା। ବୈଷ୍ଣବ ବି ସେମାନଙ୍କ ସହିତ ଯାଇଥିଲେ। ଦ୍ୱାରିକାରେ ବୁଲାବୁଲି କଲାବେଳେ ହିଁ ସେମାନେ ଡ୍ରାଗନ ଚାଷ ଦେଖିଥିଲେ। ବୈଷ୍ଣବ ଏହାକୁ ବେଶ୍ ପସନ୍ଦ କରିଥିଲେ। ଦାମ୍‌ ବି ଭଲ ଥିଲା। ତେଣୁ ସେ ଡ୍ରାଗନ ଚାଷ କରିବାକୁ ମନ ବଳାଇଥିଲେ ଓ ପରିବାର ଲୋକଙ୍କୁ ଏ ବିଷୟରେ କହିଥିଲେ। ତା’ପରେ ଦ୍ୱାରିକାରେ ଡ୍ରାଗନ ଚାଷ କରିଥିବା ଜଣେ ଚାଷୀଙ୍କୁ ଅନୁରୋଧ କରି ତାଙ୍କ ପାଖରେ ବୈଷ୍ଣବ ପ୍ରାୟ ୨ ବର୍ଷ ରହି ତାଲିମ୍ ନେଇଥିଲେ।

୨୦୧୮ ମସିହାରେ ସେ ସେଠାରୁ ଫେରିଥିଲେ। ଗୋଟିଏ ଡ୍ରାଗନ ଚାରାକୁ ୧୦୦ ଟଙ୍କା ଲେଖାଏଁ ଦେଇ ସେ ୧୦୦୦ ଚାରା ନେଇ ଗାଁକୁ ଆସିଥିଲେ ଓ ଚାଷ ଆରମ୍ଭ କରିଥିଲେ। ତେବେ ତାଙ୍କ ପାଇଁ ଏହା ଏତେ ସହଜ ନଥିଲା। ଏଠାକାର ପାଣିପାଗ ଏହି ଚାଷ ପାଇଁ ସୁହାଇବ କି ନାହିଁ, ସେ ନେଇ ବୈଷ୍ଣବ ନିଶ୍ଚିତ ନଥିଲେ। ଆଉ ତା’ସାଙ୍ଗକୁ ପାଖ ପଡ଼ୋଶୀ, ଗାଁ ଲୋକ ଓ ଚିହ୍ନାଜଣା ଲୋକଙ୍କ ନକାରାତ୍ମକ କଥା ତାଙ୍କୁ ଟିକେ ଚିନ୍ତିତ କରିଥିଲା। କିନ୍ତୁ ଡ୍ରାଗନ ଚାଷ କରିବାର ପ୍ରବଳରୁ ପ୍ରବଳ ଇଚ୍ଛା ତାଙ୍କୁ ଆଦୌ ନିରୁତ୍ସାହିତ କରିପାରି ନଥିଲା।

ବୈଷ୍ଣବ କହିଛନ୍ତି, “ଆଗରୁ ପନିପରିବା ଚାଷ କରୁଥିଲି। କିନ୍ତୁ ଡ୍ରାଗନ ଚାଷ ଆରମ୍ଭ କରିବା ପରେ ପ୍ରାୟ ସମସ୍ତେ କହିଥିଲେ ବେକାର ଗଛ ଆଣି ଲଗାଇଛି। ଏହା ପଛରେ ଅଯଥା ପଇସା ଖର୍ଚ୍ଚ କରିଛି ବୋଲି କହୁଥିଲେ। ଏମିତିକି ବ୍ଳକ୍‌ର ସରକାରୀ ଅଧିକାରୀମାନେ ବି ବିଶ୍ୱାସ କରିପାରୁ ନଥିଲେ ଯେ ଏହି ଚାଷ ଏଠାରେ ସଫଳ ହୋଇପାରିବ। କିନ୍ତୁ ମୋର ବିଶ୍ୱାସ ଥିଲା ଯେ ଏହା ନିଶ୍ଚିତ ସଫଳ ହେବ।”

ବୈଷ୍ଣବ ନିଜ ଖର୍ଚ୍ଚରେ ୨୦ ଡିସିମିଲ୍ ଜାଗାରେ ଡ୍ରାଗନ ଚାଷ କରିଛନ୍ତି। ତାଙ୍କ ବାପାମା’ ତାଙ୍କୁ ଏଥିରେ ସହଯୋଗ କରୁଛନ୍ତି। ଡ୍ରାଗନ ଗଛ ପାଇଁ ସିମେଣ୍ଟ ପିଲର କରିଛନ୍ତି। ଜଳସେଚନ ପାଇଁ ଡ୍ରିପ୍ ବ୍ୟବସ୍ଥା କରିଛନ୍ତି। ଏବେ ସୁଦ୍ଧା ତାଙ୍କୁ କୌଣସି ପ୍ରକାର ସରକାରୀ ସହଯୋଗ ମିଳି ନଥିବା ବେଳେ ଆଗକୁ ସେ ଏକ ପଲିହାଉସ୍ ନିର୍ମାଣ କରିବାକୁ ଚାହୁଁଛନ୍ତି। କାରଣ ବର୍ଷା ହେଲେ ଡ୍ରାଗନ ଫୁଲ ଝଡ଼ି ଯାଉଛି। ଏଥିପାଇଁ ସାହାଯ୍ୟ ମିଳିଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି।

ବୈଷ୍ଣବ ଡ୍ରାଗନ ଚାଷ କରି ସଫଳ ହୋଇଛନ୍ତି। ସେ ଡ୍ରାଗନ କିଲୋ ପିଛା ୩୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହା ସହିତ ଆଖପାଖ ଅଞ୍ଚଳର ଚାଷୀମାନଙ୍କୁ ଏହି ଚାଷ କରିବା ପାଇଁ ମଧ୍ୟ ଉତ୍ସାହିତ କରୁଛନ୍ତି। ଯେଉଁମାନେ ଦିନେ ତାଙ୍କୁ ଏହି ଚାଷ କରିବାକୁ ମନେ କରୁଥିଲେ ଏବେ ସେମାନେ ବୈଷ୍ଣବଙ୍କୁ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ବୋଲି କହୁଛନ୍ତି।

ବାଙ୍କେଲ ଗାଁର ଖୁସି ରାମ ସାହୁ କହିଛନ୍ତି, “ପ୍ରଥମେ ଯେତେବେଳେ ମୁଁ ଏହି ଚାଷ ଦେଖିଥିଲି ଏହାର ବେକାର ଚାଷ ବୋଲି କହିଥିଲି। କିନ୍ତୁ ଏବେ ବହୁତ ଖୁସି ଲାଗୁଛି। ବୈଷ୍ଣବ ବହୁତ ବଢ଼ିଆ ଭାବେ ଡ୍ରାଗନ ଚାଷ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହାର ବେଶ୍ ଭଲ ଡିମାଣ୍ଡ ବି ରହିଛି। ଲୋକେ ଫୋନ୍ କରି ଅର୍ଡର ଦେଉଛନ୍ତି। ତେବେ ଏହି ଚାଷକୁ ବଢ଼ାଇବା ପାଇଁ ତାଙ୍କୁ ସରକାରୀ ସହାୟତା ମିଳିଲେ ଭଲ ହୁଅନ୍ତା। ଫଳରେ ଅନ୍ୟମାନେ ବି ଏହି ଚାଷ କରିବା ପାଇଁ ଆଗେଇ ଆସନ୍ତେ।”

The post କଳାହାଣ୍ଡିରେ ଡ୍ରାଗନ ଚାଷ appeared first on Odisha Reporter.



from Odisha Reporter https://ift.tt/33ZOvBk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages