ମାସେ ପରେ ଖୋଲିଲା ଏମ୍‌କେସିଜି ମେଡିକାଲ OPD - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 13, 2020

ମାସେ ପରେ ଖୋଲିଲା ଏମ୍‌କେସିଜି ମେଡିକାଲ OPD

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) : ଦୀର୍ଘ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ରହିଥିବା ଏମ୍‌କେସିଜି ମେଡିକାଲ OPD ସାଧାରଣଙ୍କ ପାଇଁ ଖୋଲିଲା। ଗହଳି ଏଡ଼ାଇବା ପାଇଁ OPD ଆଗରେ ବ୍ୟାରିକେଡ ନିର୍ମାଣ କରାଯାଇଛି। OPDରେ ସାମାଜିକ ଦୂରତା ଓ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି।

କିଛି ବିଭାଗକୁ ଅନ୍ୟତ୍ର ସ୍ଥାନାନ୍ତର ପରେ OPD ଖୋଲାଯାଇଛି । ମେଡିସିନ ବିଭାଗକୁ PMR ବିଲ୍ଡିଂ, ସ୍କିନ୍ ବିଭାଗ ଆଉଟଡୋରକୁ ସ୍ଥାନାନ୍ତର ସହ ଯକ୍ଷ୍ମା ଡିପାର୍ଟମେଣ୍ଟ ID ୱାର୍ଡକୁ ସ୍ଥାନାନ୍ତର ନେଇ କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ଉଗ୍ର ରୂପ ଧାରଣ କରିଥିବା ବେଳେ ଜୁଲାଇ ୮ରୁ ଏମ୍‌କେସିଜିର OPD ବନ୍ଦ ରହିଥିଲା।

ସୂଚନାଯୋଗ୍ୟ,  ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୧୨୨ରେ ପହଞ୍ଚିଥିବା ବେଳେ ୧୧,୮୦୩ ଜଣ ସୁସ୍ଥ ହୋଇ ସାରିଲେଣି। ଜିଲ୍ଲାରେ ଏବେ ୨,୧୬୦ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୧୫୧ ଜଣ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜି ସାରିଲେଣି।

The post ମାସେ ପରେ ଖୋଲିଲା ଏମ୍‌କେସିଜି ମେଡିକାଲ OPD appeared first on Odisha Reporter.



from Odisha Reporter https://ift.tt/2DJgV89

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages