ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗଲ୍‌ରେ ସର୍ଚ୍ଚ କରିଥିଲେ ଏହି ତିନୋଟି ଶବ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 3, 2020

ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗଲ୍‌ରେ ସର୍ଚ୍ଚ କରିଥିଲେ ଏହି ତିନୋଟି ଶବ୍ଦ

ମୁମ୍ୱାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ବିହାର ପୁଲିସ୍‌ର ତଦନ୍ତ ଘଟଣାକୁ ନାପସନ୍ଦ କରି ସୋମବାର ମୁମ୍ୱାଇ ପୁଲିସ କମିଶନର ପରମବୀର ସିଂହ ଆଉ କିଛି ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଆତ୍ମହତ୍ୟା କରିବା ପୂର୍ବରୁ ସୁଶାନ୍ତ ଗୁଗଲ୍‌ରେ କିଛି ଶବ୍ଦ ସର୍ଚ୍ଚ କରିଥିଲେ। ଏଥିରେ Bipolar disorder, Schizophrenia ଓ painless death (ଯନ୍ତ୍ରଣାବିହୀନ ମୃତ୍ୟୁ) ପରି ଶବ୍ଦ ରହିଛି। Bipolar disorder ଓ  Schizophrenia ମାନସିକ ରୋଗ ସହିତ ଜଡ଼ିତ।

ରିୟା ଓ ସୁଶାନ୍ତଙ୍କ ସମ୍ପର୍କ ବିଷୟକୁ ନେଇ ମଧ୍ୟ ପୁଲିସ କମିଶନର କହିଛନ୍ତି। ଜୁନ୍‌ ୧୬ ତାରିଖରେ ସୁଶାନ୍ତଙ୍କ ପରିବାର ଲୋକ ବୟାନ ଦେଇ କହିଥିଲେ ଯେ ଏହି ମାମଲାରେ ସେମାନେ କାହାକୁ ସନ୍ଦେହ କରୁନାହାନ୍ତି। ରିୟା ଚକ୍ରବର୍ତ୍ତୀ ଜୁନ୍‌ ୮ ତାରିଖରେ ସୁଶାନ୍ତଙ୍କ ଘର ଛାଡ଼ି ଦେଇଥିଲେ। କାରଣ ସେ ବି ଡିପ୍ରେସନରେ ରହିଥିଲେ। ଏହାପରେ ସୁଶାନ୍ତଙ୍କ ଭଉଣୀ ଆସିଥିଲେ ଯିଏ କି ଝିଅର ପରୀକ୍ଷା ଥିବାରୁ ୧୩ ଜୁନ୍‌ରେ ଚାଲିଯାଇଥିଲେ।

ପୁଲିସ୍ କମିଶନରଙ୍କ କହିବା ଅନୁଯାୟୀ, ସୁଶାନ୍ତଙ୍କ ଡାଏରୀ ମିଳିଛି। ଏଥିରେ ସେ ତାଙ୍କ ଚାଟାର୍ଡ ଆକାଉଣ୍ଟାଟ୍‌ଙ୍କୁ ମାସିକିଆ ଖର୍ଚ୍ଚ କମ୍ କରିବା ପାଇଁ କହିଥିଲେ।

ମୁମ୍ୱାଇ ପୁଲିସ କମିଶନର ମିଡିଆକୁ ବିବୃତ୍ତି ଦେଇ ଆହୁରି ମଧ୍ୟ କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରିବା ପାଇଁ ବିହାର ପୁଲିସ ପାଖରେ କୌଣସି ଅଧିକାର ନାହିଁ। ଆମେ ଏହି ମାମଲା ଉପରେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ଏ ପର୍ଯ୍ୟନ୍ତ ଏହି କେସ୍‌କୁ ନେଇ ଆମେ କ୍ଲିନ୍‌ ଚିଟ୍‌ ଦେଇନାହୁଁ।

ସେହିପରି ତଦନ୍ତ ପାଇଁ ମୁମ୍ବାଇ ଆସିଥିବା ବିହାରର ଜଣେ ଆଇପିଏସ୍‌ ଅଫିସରଙ୍କୁ ଜବରଦସ୍ତି କ୍ୱାରେଣ୍ଟାଇନ୍‌ରେ ରଖିବା ନେଇ ପୁଲିସ କମିଶନର କହିଛନ୍ତି ଯେ କାହାକୁ କ୍ୱାରେଣ୍ଟାଇନ୍‌ରେ ରଖିବା ଅଧିକାର ଆମ ପାଖରେ ନାହିଁ। ଏସବୁ ବିଏମ୍‌ସି ଅଧୀନରେ ଯାଉଛି।

The post ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗଲ୍‌ରେ ସର୍ଚ୍ଚ କରିଥିଲେ ଏହି ତିନୋଟି ଶବ୍ଦ appeared first on Odisha Reporter.



from Odisha Reporter https://ift.tt/31fLIkj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages