ଟଙ୍କା ନେଇ ଛାଡ଼ି ଦେଇଥିବା ଘଟଣା: ଜଣେ ଏଏସ୍‌ଆଇ ଓ ୨ ହୋମାଗାର୍ଡ ଗିରଫ, ଏସ୍‌ଆଇ ନିଲମ୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 29, 2020

ଟଙ୍କା ନେଇ ଛାଡ଼ି ଦେଇଥିବା ଘଟଣା: ଜଣେ ଏଏସ୍‌ଆଇ ଓ ୨ ହୋମାଗାର୍ଡ ଗିରଫ, ଏସ୍‌ଆଇ ନିଲମ୍ବିତ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଲାଞ୍ଚ ନେଇ ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ଛାଡ଼ି ଦେବା ଘଟଣାରେ ଜଣେ ଏଏସ୍‌ଆଇ ଓ ୨ ଜଣ ହୋମ୍‌ଗାର୍ଡଙ୍କୁ ଗିରଫ କରାଯାଇଛି। ଏଥିସହ ଏହି ଘଟଣାରେ ସଂପୃକ୍ତି ନେଇ ଜଣେ ଏସ୍‌ଆଇଙ୍କୁ ନିଲମ୍ବନ କରାଯାଇଛି। ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ।

ସୂଚନା ଅନୁସାରେ, ମୁଦୁଲିପଡ଼ା ଥାନାର ଏହି ପୁଲିସ କର୍ମଚାରୀମାନେ ଗତ ୪ ତାରିଖ ଦିନ ତଳେ ଖଇରିପୁଟ ନିକଟରେ ଚେକିଂ କରୁଥିଲେ। ଏହି ସମୟରେ ଏକ ଗଞ୍ଜେଇ ଗାଡ଼ିକୁ ସେମାନେ ଅଟକାଇ ଥିଲେ। ତେବେ ଲାଞ୍ଚ ନେଇ ଗାଡ଼ିଟିକୁ ଛାଡ଼ି ଦେଇଥିଲେ।

ଏହି ଘଟଣା ଜଣାପଡ଼ିବା ପରେ ଉକ୍ତ ଏଏସ୍‌ଆଇ ଓ ଦୁଇ ହୋମ୍‌ଗାର୍ଡଙ୍କ ନାଁରେ ମାମଲା ରୁଜୁ  ହୋଇଥିଲା। ତଦନ୍ତ ପରେ ଗତକାଲି ସେମାନଙ୍କୁ ଗିରଫ କରାଯାଇଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଅନ୍ୟପକ୍ଷରେ ମାଲକାନଗିରି ଏସ୍‌ପି ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ମୁଦୁଲିପଡ଼ା ଥାନା ଏସ୍‌ଆଇଙ୍କୁ ନିଲମ୍ବନ କରିଛନ୍ତି।

The post ଟଙ୍କା ନେଇ ଛାଡ଼ି ଦେଇଥିବା ଘଟଣା: ଜଣେ ଏଏସ୍‌ଆଇ ଓ ୨ ହୋମାଗାର୍ଡ ଗିରଫ, ଏସ୍‌ଆଇ ନିଲମ୍ବିତ appeared first on Odisha Reporter.



from Odisha Reporter https://ift.tt/3hI7K6z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages