୩ ଆତଙ୍କବାଦୀ ନିହତ, ଜଣେ ଏଏସ୍‌ଆଇ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 29, 2020

୩ ଆତଙ୍କବାଦୀ ନିହତ, ଜଣେ ଏଏସ୍‌ଆଇ ସହିଦ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଗତକାଲି ବିଳମ୍ବିତ ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟପକ୍ଷରେ ଆତଙ୍କବାଦୀଙ୍କ ଗୁଳିରେ ଜମ୍ମୁ-କଶ୍ମୀର ପୁଲିସ୍‌ର ଜଣେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଏଏସ୍‌ଆଇ) ସହିଦ ହୋଇଛନ୍ତି।

ଶ୍ରୀନଗର ଜିଲ୍ଲାର ପନ୍ଥ ଚୌକ ଅଞ୍ଚଳରେ ଜମ୍ମୁ-କଶ୍ମୀର ପୁଲିସ୍‌ ଓ ସିଆର୍‌ପିଏଫ୍‌ର ଏକ ମିଳିତ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା।

ଗୁଳିବିନିମୟ ବେଳେ ସମସ୍ତ ୩ ଆତଙ୍କବାଦୀ ନିହତ ହୋଇଥିବା ନେଇ ରାଜ୍ୟର ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି। ମୃତ ଆତଙ୍କବାଦୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି। ତେବେ ନିହତ ଆତଙ୍କବାଦୀମାନଙ୍କ ଚିହ୍ନଟ ହୋଇପାରି ନାହିଁ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ଗତ ଦୁଇ ଦିନରେ ତୃତୀୟ ଥର ପାଇଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି।

The post ୩ ଆତଙ୍କବାଦୀ ନିହତ, ଜଣେ ଏଏସ୍‌ଆଇ ସହିଦ appeared first on Odisha Reporter.



from Odisha Reporter https://ift.tt/32xFg9a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages