ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ଅପ୍ଡେଟ୍ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିଆ ଓ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ମଧ୍ୟରେ ହୋଇଥିବା ହ୍ୱାଟସ୍ଆପ୍ ଚାଟ୍ ପୁଲିସ ହାତରେ ଲାଗିଛି। ଜୁନ୍ ୮ ତାରିଖରେ ଦୁହେଁ ହ୍ୱାଟସ୍ଆପ୍ରେ କଥା ହୋଇଥିଲେ। ଏହି ଚାଟ୍ରୁ ଜଣାପଡୁଛି ଯେ ତଦନ୍ତ ସମୟରେ ରିଆ ପୁଲିସକୁ ଅନେକ କଥା ଲୁଚାଇବା ସହ ମିଛ କହିଥିଲେ। ରିଆ ନିଜେ ହିଁ ସୁଶାନ୍ତଙ୍କ ଘର ଛାଡ଼ିଥିଲେ ବୋଲି ଏହି ଚାଟ୍ରୁ ସ୍ପଷ୍ଟ ହୋଇଛି।
ପୂର୍ବରୁ ରିଆ କହିଥିଲେ, ଡିପ୍ରେସନ ଯୋଗୁଁ ସୁଶାନ୍ତ ସିଂହ ରାଜପୁତ ଚିନ୍ତାରେ ରହୁଥିଲେ। ସେ ସୁଶାନ୍ତଙ୍କୁ ଛାଡ଼ିବାକୁ ଚାହୁଁ ନଥିଲେ। କିନ୍ତୁ ସୁଶାନ୍ତ କହିବା ପରେ ସେ ଜୁନ୍ ୮ ତାରିଖରେ ତାଙ୍କ ଘର ଛାଡ଼ିଥିଲେ।
କେବଳ ଏତିକି ନୁହେଁ, ସୁଶାନ୍ତଙ୍କ ଭଉଣୀ ତାଙ୍କୁ ଦୁର୍ବ୍ୟବହାର କରିବା ଯୋଗୁଁ ସେ ଘର ଛାଡ଼ିଥିଲେ ବୋଲି ରିଆ ଅଭିଯୋଗ କରିଥିଲେ। କିନ୍ତୁ ସାମ୍ନାକୁ ଆସିଥିବା ମହେଶ ଭଟ୍ଟ ଓ ରିଆଙ୍କ ହ୍ୱାଟସ୍ଆପ୍ ଚାଟ୍ କିଛି ଅଲଗା ଦିଗ ଆଡ଼କୁ ଇସାରା କରୁଛି।
ରିପୋର୍ଟ ଅନୁସାରେ, ସୁଶାନ୍ତଙ୍କ ଘର ଛାଡ଼ିବା ପରେ ମହେଶ ଭଟ୍ଟଙ୍କୁ ମେସେଜ୍ କରିଥିଲେ ରିଆ। ମହେଶ ଭଟ୍ଟଙ୍କ ଫିଲ୍ମ ‘ଜଲେବି’ରେ ରିଆ ‘ଆୟେଶା’ ଭୂମିକାରେ ଅଭିନୟ କରିଥିଲେ। ଚାଟ୍ରେ ‘ଆୟେଶା’ ନାମ ନେଇ ରିଆ ଲେଖିଥିଲେ, ‘ଆୟେଶା ଏବେ ଆଗକୁ ବଢ଼ିସାରିଛି ସାର୍। ଆପଣଙ୍କ ସହିତ ଦୃଢ଼ ମନ ଓ ଶାନ୍ତିରେ ଯେଉଁ କଥା ହୋଇଥିଲି, ସେଥିରେ ମୋ ଆଖି ଖୋଲିଗଲା। ଆପଣ ମୋ ଏଞ୍ଜେଲ୍। ଆପଣ ସେବେ ଥିଲେ ଏବଂ ଏବେ ବି ଅଛନ୍ତି।’
Chacha bhatt – Rheality – TAI pic.twitter.com/ESJS5Zg6mR
— Nilotpal Mrinal (@nilotpalm3) August 21, 2020
ସେହିପରି ଅନ୍ୟ ଏକ ମେସେଜ୍ରେ ରିଆ ଲେଖିଛନ୍ତି, ଆପଣ ପୁଣିଥରେ ମୋତେ ସ୍ୱାଧୀନ କରିଛନ୍ତି। ଆପଣ ମୋ ଜୀବନରେ ଭଗବାନ ସଦୃଶ।
ଏହାର ଜବାବରେ ମହେଶ ଭଟ୍ଟ ଲେଖିଛନ୍ତି, ଏବେ ପଛକୁ ଚାହିଁ ଦେଖନାହିଁ। ତୁମ ବାପାଙ୍କୁ ମୋର ବହୁତ ଭଲପାଇବା ଦେବ। ଏବେ ତୁମ ବାପା ବହୁତ ଖୁସି ହେବେ।’
ଦୁହିଁଙ୍କର ଚାଟ୍ରୁ ଏହା ପ୍ରମାଣିତ ହେଉଛି ଯେ ରିଆଙ୍କ ବାପା ସୁଶାନ୍ତଙ୍କ ସହିତ ତାଙ୍କର ସମ୍ପର୍କକୁ ନେଇ ଖୁସି ନଥିଲେ। ତେଣୁ ସୁଶାନ୍ତଙ୍କୁ ଛାଡ଼ି ରିଆ ଚାଲି ଆସିଥିଲେ। ମହେଶ ଭଟ୍ଟ ଓ ରିଆଙ୍କର ହ୍ୱାଟସ୍ ଆପ୍ ଚାଟ୍ ପୁଲିସ ହାତରେ ଲାଗିବା ପରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମହେଶଙ୍କ ସମ୍ପୃକ୍ତିଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ପୁଣି ଥରେ ଉଭୟଙ୍କୁ ସୋଶାଲ ମିଡିଆରେ ଟ୍ରୋଲ କରାଯାଉଛି। ସିବିଆଇ ତଦନ୍ତ ପରେ ଏହି ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିବ ବୋଲି ସୁଶାନ୍ତଙ୍କ ଫ୍ୟାନ୍ମାନେ ଆଶା କରିଛନ୍ତି।
ସୂଚନାଯୋଗ୍ୟ, ସିବିଆଇ ତଦନ୍ତକୁ ମହାରାଷ୍ଟ୍ର ସରକାର ଅନୁମତି ଦେଉ ନଥିଲେ। ତେବେ ସୁପ୍ରିମ୍କୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇର ଏକ ଟିମ୍ ମୁମ୍ବାଇ ପହଞ୍ଚି ତଦନ୍ତ ଆରମ୍ଭ ବି କରି ଦେଲେଣି।
The post ପୁଲିସ୍କୁ ମିଛ କହିଥିଲେ ରିଆ! ସାମ୍ନାକୁ ଆସିଲା ହ୍ୱାଟ୍ସଆପ୍ ଚାଟ୍ appeared first on Odisha Reporter.
from Odisha Reporter https://ift.tt/2QeKD7j
No comments:
Post a Comment