କରୋନା କଟକଣା; ମାତ୍ର ୧୦ ଜଣଙ୍କ ଉପସ୍ଥିତିରେ ପାଳିତ ହେବ ସ୍ୱାଧୀନତା ଦିବସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 13, 2020

କରୋନା କଟକଣା; ମାତ୍ର ୧୦ ଜଣଙ୍କ ଉପସ୍ଥିତିରେ ପାଳିତ ହେବ ସ୍ୱାଧୀନତା ଦିବସ

ଫୁଲବାଣୀ(ତ୍ରୀନାଥ ସାହୁ ): କରୋନା ପରି ମହାମାରୀ ସମଗ୍ର ରାଜ୍ୟରେ ଆତଙ୍କ ଖେଳାଇ ରଖିଥିବା ବେଳେ ଦିନକୁ ଦିନ ବଢ଼ି ଚାଲିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ଏହାକୁ ଆଖି ଆଗରେ ରଖି ଚଳିତ ବର୍ଷ ନିରାଡମ୍ବର ଭାବେ କରୋନା କଟକଣା ସହ ସମଗ୍ର ରାଜ୍ୟରେ ସ୍ୱାଧୀନତା ଉତ୍ସବ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।  କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ଏହି କଟକଣାକୁ ବଳବତ୍ତର ରଖାଯାଇଛି।

ଚଳିତ ଶନିବାରଠୁ ଜିଲ୍ଲାରେ ଅଗଷ୍ଟ ମାସର ପ୍ରଥମ ସପ୍ତାହାନ୍ତ ଶଟଡାଉନ୍‌ କଟକଣା ଲାଗୁ କରାଯାଇଛି। ମାତ୍ର  ଶନିବାର ସ୍ୱାଧୀନତା ଦିବସ ପଡ଼ୁଥିବାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏଥିରେ ସାମାନ୍ୟ କୋହଳ କରାଯାଉଛି। ଏହି ସମୟରେ ଅତ୍ୟାବଶ୍ୟକ ସେବା ଛାଡି ଅନ୍ୟ ସମସ୍ତ ସେବା ବନ୍ଦ ରହିବ।

ତେବେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ  ମାତ୍ର ୧୦ ଜଣ ଲୋକଙ୍କ ମଧ୍ୟରେ ସ୍ୱାଧିନତା ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ସାମାଜିତ ଦୂରତା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪୧ ହୋଇଥିବା ବେଳେ ୭୬୯ ଜଣ ସୁସ୍ଥ ହୋଇ ସାରିଲେଣି। ୩୬୬ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବା ବେଳେ ଜିଲ୍ଲାରେ ୬ କରୋନା ଆକ୍ରାନ୍ତ ଆଖି ବୁଜି ସାରିଲେଣି।

ଏପରି ସ୍ଥିତିରେ କରୋନା ସଂକ୍ରମଣକୁ ରୋକିବାକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ରେ ପରିଣତ କରାଯାଇଥିଲା। ମାତ୍ର ଏହି କଟକଣା ଉଠିବା ପରେ ଚଳିତ ସପ୍ତାହର ଶନିବାର ଓ ରବିବାରକୁ  କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସପ୍ତାହାନ୍ତ କଟକଣା ଘୋଷଣା କରାଯାଇଛି । ଅଗଷ୍ଟ ମାସ ଶେଷ ଯାଏଁ ପ୍ରତି ସପ୍ତାହର ଶନିବାର ଓ ରବିବାର ଦିନ ଅତ୍ୟାବଶ୍ୟକ ସେବା ଛାଡି ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

The post କରୋନା କଟକଣା; ମାତ୍ର ୧୦ ଜଣଙ୍କ ଉପସ୍ଥିତିରେ ପାଳିତ ହେବ ସ୍ୱାଧୀନତା ଦିବସ appeared first on Odisha Reporter.



from Odisha Reporter https://ift.tt/3gV92e5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages