ନୂଆଦିଲ୍ଲୀ : ଫିଲ୍ମ ‘ବାହୁବଲୀ’ରେ ଭଲ୍ଲାଲଦେବ୍ ଭୂମିକାରେ ଅଭିନୟ କରି ପ୍ରଶଂସା ସାଉଁଟିଥିବା ସାଉଥ୍ ଷ୍ଟାର ରାଣା ଦଗ୍ଗୁବାତୀ ଗତକାଲି ମିହିକା ବାଜାଜ୍ଙ୍କୁ ବିବାହ କରିଛନ୍ତି। ବିବାହ ପୂର୍ବରୁ ଦୁହେଁ ମେହନ୍ଦୀ ଓ ନିର୍ବନ୍ଧର ଫଟୋ ସୋଶାଲ ମିଡିଆରେ ଶେଆର୍ କରିଥିଲେ। ଏବେ ଦୁହିଁଙ୍କର ବିବାହ ଫଟୋକୁ ସୋଶାଲ ମିଡିଆରେ ଦେଖିବା ପରେ ଫ୍ୟାନ୍ସଙ୍କ ଶୁଭେଚ୍ଛା ବାର୍ତ୍ତା ମିଳିବାରେ ଲାଗିଛି।
ଫଟୋରେ ରାଣା ଧଳା ଧୋତି ଓ ଗୋଲଡେନ୍ କଲର ଏକ ଦୁପଟା ପକାଇ ମଥାରେ ଟିକା ଲଗାଇଛନ୍ତି। ସେହିପରି ମିହିକା ହ୍ୱାଇଟ୍ ଓ ଗୋଲଡେନ୍ କଲରର ଏକ ଲେହଙ୍ଗା ପିନ୍ଧିଥିବା ଦେଖାଯାଇଛି।
କରୋନା କଟକଣା ପାଇଁ ଅଳ୍ପ ସଂଖ୍ୟକ ଅତିଥି ଓ ପରିବାର ଲୋକଙ୍କ ଗହଣରେ ଏହି ବିବାହ ସମ୍ପନ୍ନ ହୋଇଛି। ୩୦ଜଣ ଅତିଥିଙ୍କ ମଧ୍ୟରେ ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜୁନ, ରାମ ଚରଣ ଓ ଅଭିନେତ୍ରୀ ସାମନ୍ଥା ରୁଥ୍ ଉପସ୍ଥିତ ରହିଥିଲେ।
ସୂଚନାଯୋଗ୍ୟ, ଫିଲ୍ମ ‘ବାହୁବଲୀ’ରୁ ଲୋକପ୍ରିୟତା ହାସଲ କରିଥିବା ରାଣା ଦଗୁବତୀ ୨୦୧୦ରେ ତେଲୁଗୁ ଫିଲ୍ମ ‘ଲିଡର’ ଜରିଆରେ ଡେବ୍ୟୁ କରିଥିଲେ। ୨୦୧୧ରେ ଫିଲ୍ମ ‘ଦମ୍ ମାରୋ ଦମ୍’ ହେଉଛି ତାଙ୍କ ଅଭିନୀତ ପ୍ରଥମ ହିନ୍ଦୀ ଫିଲ୍ମ। ଏହାପରେ ରାଣାଙ୍କୁ ତାମିଲ୍, ତେଲୁଗୁ ଓ ହିନ୍ଦୀର ଅନେକ ଫିଚର ଫିଲ୍ମ ଯେପରିକି ‘ନା ଇସ୍ତମ୍’, ‘ଡିପାର୍ଟମେଣ୍ଟ’, ‘କ୍ରୀଷ୍ଣମ୍ ବନ୍ଦେ ଜଗଦ୍ଗୁରୁମ୍’, ‘ଆରମ୍ୱମ୍’, ‘ବେବି’, ‘ବାଙ୍ଗାଲୋର୍ ନଟକଲ୍’, ‘ହାଉସପଫୁଲ୍ ୪’ ଓ ‘ବାହୁବଲୀ’ର ବିଭିନ୍ନ ସିରିଜ୍ରେ ଦେଖିବାକୁ ମିଳିଥିଲା।
ରାଣାଙ୍କ ସ୍ତ୍ରୀ ମିହିକା ବଜାଜ୍ ଜଣେ ଇଣ୍ଟେରିଅର୍ ଡେକୋର୍ ଡିଜାଇନର୍। ଡିଉ ଡ୍ରପ୍ ଡିଜାଇନ୍ ଷ୍ଟୁଡିଓ ନାମରେ ତାଙ୍କର ଏକ ବିଜନେସ୍ ମଧ୍ୟ ରହିଛି।
The post ବାହା ହେଲେ ‘ବାହୁବଲୀ’ର ଭଲ୍ଲାଲ୍ଦେବ୍ appeared first on Odisha Reporter.
from Odisha Reporter https://ift.tt/3krfFXE
No comments:
Post a Comment