ସାନ ଭାଇ ଆତ୍ମହତ୍ୟା କଲା ବୋଲି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 9, 2020

ସାନ ଭାଇ ଆତ୍ମହତ୍ୟା କଲା ବୋଲି…

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ସାନ ଭାଇର ଆତ୍ମହତ୍ୟା ଖବର ଶୁଣି ବଡ଼ ଭାଇ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛି। ଏହି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ରଜମୋଟର ଗାଁରେ। ମୃତକଙ୍କ ନାଁ ଲିଙ୍ଗ ଗହିର। ତାଙ୍କ ବଡ଼ ଭାଇର ନାଁ ରବୀନ ଗହିର।

ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋ‌ଇଥିଲା। ଏହାପରେ ଲିଙ୍ଗ ସାଇକେଲ ଧରି ଘରୁ ପଳାଇ ଥିଲେ। ଆଜି ସକାଳେ ଲିଙ୍ଗଙ୍କ ଝୁଲନ୍ତା ମୃତଦେହ ତାଙ୍କ ଗାଁ ପାଖ ଗଡ଼ିଆଯୋର ନିକଟରେ ଦେଖିବାକୁ ମିଳିଥିଲା। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

ଏହି ଖବର ଶୁଣି ତାଙ୍କ ବଡ଼ ଭାଇ  ରବୀନ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ  ପ୍ରଥମେ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭାବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

The post ସାନ ଭାଇ ଆତ୍ମହତ୍ୟା କଲା ବୋଲି… appeared first on Odisha Reporter.



from Odisha Reporter https://ift.tt/2Ccy9tJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages