ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ହୁହୁ ହୋଇ ମାଡ଼ି ଚାଲିଛି। ବୁଧବାର କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ଗୋଟିଏ ଦିନରେ ପ୍ରାୟ ୬୭ ହଜାର ପଜିଟିଭ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪ ଲକ୍ଷ ନିକଟରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ୯୪୨ ଜଣଙ୍କ ମୁଣ୍ଡ ନେବାରୁ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୭ ହଜାର ପାର କରିଯାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରାଣଳୟର ସୂଚନା ଅନୁଯାୟୀ, ବୁଧବାର ଦେଶରେ ୬୬,୯୯୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩,୯୬,୬୩୮ରେ ପହଞ୍ଚି ଯାଇଛି। ସେହିପରି ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୭,୦୩୩କୁ ବୃଦ୍ଧି ପାଇଛି।
ତେବେ ଦିନକରେ ୫୬,୩୮୩ ଜଣ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ଏଯାଏ ଦେଶରେ ମୋଟ ୧୬,୯୫,୯୮୨ ଜଣ ସୁସ୍ଥ ହେଲେଣି। ଆକ୍ଟିଭ କେସ ସଂଖ୍ୟା ୬,୫୩,୬୨୨ ରହିଛି।
ଅନ୍ୟପକ୍ଷରେ ବୁଧବାର ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା କରାଯାଇଛି। ବୁଧବାର ରାତି ୧୨ଟା ସୁଦ୍ଧା ୮,୩୦,୩୯୧ଟି ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଦେଶରେ ଏଯାଏ ମୋଟ ୨,୬୮,୪୫,୬୮୮ଟି ନମୁନା ପରୀକ୍ଷା କରାଗଲାଣି।
The post ମାଡ଼ି ଚାଲିଛି କରୋନା ଭାଇରସ: ଦିନକରେ ୬୭ ହଜାର ପଜିଟିଭ, ୯୪୨ ମୃତ appeared first on Odisha Reporter.
from Odisha Reporter https://ift.tt/341ZnOW
No comments:
Post a Comment