ବିହାର ଡିଜିପିଙ୍କ ଚେତାବନୀ: ମାଟି ଖୋଳି ଖୋଜି ବାହାର କରିବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 1, 2020

ବିହାର ଡିଜିପିଙ୍କ ଚେତାବନୀ: ମାଟି ଖୋଳି ଖୋଜି ବାହାର କରିବୁ

ପାଟନା: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଖୋଜିବାରେ ଲାଗିପଡ଼ିଛି ବିହାର ପୁଲିସ। ଅଭିନେତାଙ୍କ ମୃତ୍ୟୁ ପଛରେ ବଲିଉଡ୍ ଅଭିନେତ୍ରୀ ତଥା ତାଙ୍କ ଗାର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି। ଏସବୁ ଭିତରେ ମାମଲାର ତଦନ୍ତ କରୁଥିବା ବିହାର ପୁଲିସ ଡିଜି ରିୟାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।

ସୁଶାନ୍କଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ବିହାର ପୁଲିସ ଡିଜି ଗୁପ୍ତେଶ୍ୱର ପାଣ୍ଡେ ରିୟାଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯେଉଁଦିନ ରିୟାଙ୍କ ବିରୁଦ୍ଧରେ ପ୍ରମାଣ ମିଳିଯିବ, ସେହି ଦିନ ତାଙ୍କୁ କେହି ରକ୍ଷା କରିପାରିବେ ନାହିଁ। ମାଟି ତାଡ଼ି ମଧ୍ୟ ତାଙ୍କୁ ଖୋଜି ବାହାର କରିଦିଆ ଯିବ ବୋଲି ଡିଜିପି ପାଣ୍ଡେ ସଫା ସଫା କହିଛନ୍ତି।

ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା କରିବା ସମୟରେ ଡିଜିପି ପାଣ୍ଡେ କହିଛନ୍ତି ଯେ, “ପ୍ରାଥମିକ ତଦନ୍ତରୁ ସୁଶାନ୍ତଙ୍କ ମୃତ୍ୟୁ ପଛରେ ରିୟା ଚକ୍ରବର୍ତ୍ତୀ ଉତ୍ତରଦାୟୀ ବୋଲି ଜଣାପଡ଼ିଛି। ଏଣୁ ପୁଲିସ ତାଙ୍କୁ ଖୋଜୁଛି। ଯେଉଁ ଦିନ ପୁଲିସ ହାତରେ ତାଙ୍କ ବିରୁଦ୍ଧରେ ପ୍ରମାଣ ଲାଗିଯିବ, ସେହି ଦିନ ରିୟା ଦୁନିଆର ଯେଉଁ କୋଣରେ ଲୁଚି ରହିଥିଲେ ମଧ୍ୟ ପୁଲିସ ତାଙ୍କୁ ମାଟି ଖୋଳି ଖୋଜି ବାହାର କରିବ।”

ଡିଜିପି ପାଣ୍ଡେ ଆହୁରି କହିଛନ୍ତି, ଯଦି ରିୟାଙ୍କୁ ଲାଗୁଛି, ସେ ନିର୍ଦ୍ଦେଷ। ତେବେ ତାଙ୍କୁ ଡରିବାର କୌଣସି ଆବଶ୍ୟକ ନାହିଁ। ସେ ନିଜକୁ ପାଟନା ପୁଲିସ ନିକଟରେ ହାଜର କରି ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବା ଉଚିତ। ରିୟାଙ୍କୁ ନିଜ ତରଫରୁ ପୁଲିସକୁ ଜେରା କରିବାକୁ କହିବା କଥା। ଏଭଳି ଲୁଚାଲୁଚି ଖେଳ ଭଲ ନୁହେଁ ବୋଲି ଡିଜିପି ସ୍ପଷ୍ଟ ଭାଷାରେ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଛାନଭିନ ବିହାର ପୁଲିସ୍‌ କରିବା ପରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ରିୟାଙ୍କ ବିରୋଧରେ ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ଏତଲା ଆଧାରରେ ବିହାର ପୁଲିସ୍‌ର ଏକ ଟିମ ମୁମ୍ବାଇରେ ଖୋଳତାଡ଼ ଆରମ୍ଭ କରିଛି।

ତେବେ ସେଠାକାର ପୁଲିସ୍‌ କିମ୍ବା ସରକାର କୌଣସି ସହଯୋଗ କରୁ ନଥିବା ଅଭିଯୋଗ ହୋଇଛି। ଏପରି କି ବହାର ପୁଲିସ୍‌ ଅଟୋ ଦ୍ୱାରା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇ ବିଭିନ୍ନ ବ୍ୟକ୍ତିଙ୍କ ଷ୍ଟେଟମେଟ ରେକର୍ଡ କରୁଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ଅନ୍ୟପଟେ ବିହାର ପୁଲିସ ଡିଜି ଗୁପ୍ତେଶ୍ୱର ପାଣ୍ଡେ ଗତକାଲି କହିଥିଲେ ଯେ, ରିୟା ଚକ୍ରବର୍ତ୍ତୀଙ୍କୁ ଆମେ ଏଯାଏ ଠାବ କରିପାରି ନାହୁଁ। ଆମ ଟିମ ରିୟା ରହୁଥିବା ମୁମ୍ବାଇ ସ୍ଥିତ ଠିକଣାରେ ପହଞ୍ଚିଥିଲା। କିନ୍ତୁ ସେଠାରେ ତାଙ୍କର ପତ୍ତା ମିଳିନାହିଁ।

The post ବିହାର ଡିଜିପିଙ୍କ ଚେତାବନୀ: ମାଟି ଖୋଳି ଖୋଜି ବାହାର କରିବୁ appeared first on Odisha Reporter.



from Odisha Reporter https://ift.tt/2PdKmkE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages