ରାଜ୍ୟରେ ଆଉ ୧୪୩୪ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 1, 2020

ରାଜ୍ୟରେ ଆଉ ୧୪୩୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୪୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ  ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪,୯୧୩ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୨୧,୨୭୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୩,୪୦୪ ଚିକିତ୍ସାଧୀନ ଅଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୧୯୭ରେ ପହଞ୍ଚିଛି। ଅନ୍ୟାନ୍ୟ କାରଣରୁ ଆଉ ୩୯ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏହି ନୂଆ ୧୪୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୫୪୫ଟି ହେଉଛି ଲୋକାଲ୍ କେସ୍।

 

 

ସବୁଠୁ ଅଧିକ ଚିହ୍ନଟ ହୋଇଛନ୍ତି ଗଞ୍ଜାମ ଜିଲ୍ଲାରେ। ଏଠାରେ ୩୨୦ଟି ନୂଆ କେସ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୨୧୮, ରାୟଗଡ଼ାରେ ୧୯୭ ଓ କଟକରେ ୧୨୩ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରେ ଆଉ ୯ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୧୨, ବରଗଡ଼ରେ ୫, ଭଦ୍ରକରେ ୨୫, ବୌଦ୍ଧରେ ୫, ଦେବଗଡ଼ରେ ୨, ଢେଙ୍କାନାଳରେ ୧୩, ଗଜପତିରେ ୯୧, ଜଗତସିଂହପୁରରେ ୧୩, ଯାଜପୁରରେ ୫୭, ଝାରସୁଗୁଡ଼ାରେ ୬, କଳାହାଣ୍ଡିରେ ୧୮, କନ୍ଧମାଳରେ ୪୪, କେନ୍ଦ୍ରାପଡ଼ାରେ ୨୨, କେନ୍ଦୁଝରରେ ୨, କୋରାପୁଟରେ ୧୨, ମାଲକାନଗିରିରେ ୨୪, ମୟୂରଭଞ୍ଜରେ ଜଣେ, ନବରଙ୍ଗପୁରରେ ୨, ନୟାଗଡ଼ରେ ୮, ନୂଆପଡ଼ାରେ ୭, ପୁରୀରେ ୬୫, ସମ୍ବଲପୁରରେ ୫୧, ସୋନପୁରରେ ୬ ଓ ସୁନ୍ଦରଗଡ଼ରେ ୭୬ ଜଣ ଚିହ୍ନଟ ହୋଇଛନ୍ତି।

The post ରାଜ୍ୟରେ ଆଉ ୧୪୩୪ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/2BRcOpx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages