ସାପ କାମୁଡ଼ି ଦେଲା, ଡାକ୍ତରଖାନା ପରିବର୍ତ୍ତେ ଗଲେ ଗୁଣିଆ ପାଖକୁ .. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 3, 2020

ସାପ କାମୁଡ଼ି ଦେଲା, ଡାକ୍ତରଖାନା ପରିବର୍ତ୍ତେ ଗଲେ ଗୁଣିଆ ପାଖକୁ ..

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ ବିଲେଇମରା ଗାଁରେ ଅନ୍ଧବିଶ୍ୱାସର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଗାଁର ଜଣେ ବ୍ୟକ୍ତିଙ୍କୁ ରାତିରେ ଶୋଇଥିବା ବେଳେ ସାପ କାମୁଡ଼ି ଦେଇଥିଲା। ହେଲେ ସେ ଡାକ୍ତରଖାନା ନ ଯାଇ ଝଡ଼ାଫୁଙ୍କାର ସାହାରା ନେଇ ଶେଷରେ ଜୀବନ ହାରିଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ଅକ୍ଷୟ ବାରିହା ।

ସୂଚନାଅନୁସାରେ, ଗତ  ୨ତାରିଖ ରାତିରେ ଅକ୍ଷୟ ଘରେ ଶୋଇଥିବା ବେଳେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ତେବେ ତାଙ୍କୁ ସାପ କାମୁଡ଼ି ଦେଇଥିବା ଜାଣିବା ପରେ ସେ  ସ୍ତ୍ରୀକୁ ଜଣାଇଥିଲେ। ହେଲେ ସେ ପାଟଣାଗଡ଼ ଡାକ୍ତରଖାନାକୁ ନ ଯାଇ ଟେଙ୍ଗରା ଗାଁର ଜଣେ ଗୁଣିଆ ପାଖକୁ ଝଡ଼ା ଫୁଙ୍କା ପାଇଁ ଯାଇଥିଲେ। ମାତ୍ର ଗୁଣିଆ ବିଫଳ ହେବା ପରେ ତାଙ୍କୁ  ଗୁରୁତର ଅବସ୍ଥାରେ ପରିବାର ଲୋକେ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନାକୁ ଆଣିବାରେ ବିଳମ୍ବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

ମୃତଦେହ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ଅକ୍ଷୟଙ୍କ ସ୍ତ୍ରୀ କିନ୍ତୁ ବ୍ୟବଚ୍ଛେଦ ପାଇଁ ମନା କରିଦେଇଥିଲେ। ଆଉ ମୃତଦେହ ଘରକୁ ନେବା ପାଇଁ ମୁରିବାହାଲ ଥାନାରେ ଲିଖିତ ଦରଖାସ୍ତ ଦେଇଥିଲେ। ଏହାପରେ ମୃତଦେହକୁ ତାଙ୍କ ପରିବାର ଲୋକେ ଗାଁକୁ ନେଇ ଯାଇଥିଲେ। ହେଲେ ଅକ୍ଷୟଙ୍କ ମୃତ୍ୟୁ ହୋଇନାହିଁ ମୋର ବିଶ୍ୱାସ ଅଛି ସେ ପୁଣି ଜୀବନ ଫେରାଇ ପାଇବେ ବୋଲି ଅକ୍ଷୟଙ୍କ ସ୍ତ୍ରୀ  କହିଛନ୍ତି।

The post ସାପ କାମୁଡ଼ି ଦେଲା, ଡାକ୍ତରଖାନା ପରିବର୍ତ୍ତେ ଗଲେ ଗୁଣିଆ ପାଖକୁ .. appeared first on Odisha Reporter.



from Odisha Reporter https://ift.tt/3i9AZib

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages