ଅମାନବୀୟ କାଣ୍ଡ; ଯୁବକଙ୍କୁ ଗାଁ ଦାଣ୍ଡରେ ପିଟିଲେ, ପାଣି ମାଗିବାରୁ ଦେଲେ ପରିସ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 3, 2020

ଅମାନବୀୟ କାଣ୍ଡ; ଯୁବକଙ୍କୁ ଗାଁ ଦାଣ୍ଡରେ ପିଟିଲେ, ପାଣି ମାଗିବାରୁ ଦେଲେ ପରିସ୍ରା

ଭଦ୍ରକ(ପାର୍ଥ ସାରଥୀ ନାୟକ): ପୂର୍ବ ଶତ୍ରୁତାରୁ ଗତ ରାତିରେ କିଛି ଯୁବକ ଜଣେ ଯୁବକଙ୍କୁ ଘରୁ ଟାଣି ନେଇ ମାଡ଼ ମାରି ଗାଁ ଦାଣ୍ଡରେ ବୁଲାଇଲେ। ଅକଥନୀୟ ନିର୍ଯାତନା ସହି ନ ପାରି ଯୁବକଜଣକ ପାଣି ମାଗିବାରୁ ପାଣି ବଦଳରେ ପିଇବାକୁ ପରିସ୍ରା ଦେଲେ। ଏପରି ଅମାନବୀୟ କାଣ୍ଡ ଭଦ୍ରକ ତିହିଡ଼ି ଥାନା ବାଉଁଶବାଗ ଗାଁରେ ଗତ ରାତିଠୁ ଘଟିଥିବା ବେଳେ ଆଜି ପର୍ଯ୍ୟନ୍ତ ପୁଲିସ୍‌ କାହାକୁ ଗିରଫ କରି ନାହିଁ। ଅପରପକ୍ଷେ ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଭଦ୍ରକ ଜିଲ୍ଲାପାଳ ଘଟଣାର ତଦନ୍ତ ନିମନ୍ତେ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପୂରା ଘଟଣାଟି ଏହିପରି।  ନିର୍ଯାତନାର ଶିକାର ହୋଇଥିବା ଯୁବକ ଏକ ମାମଲାରେ ଜେଲ୍‌ ଯାଇଥିବା ବେଳେ ୨,୩ ଦିନ ପୂର୍ବେ ଗାଁକୁ ଫେରିଥିଲେ।   ଗାଁର କିଛି ଯୁବକଙ୍କ ସହ ତାଙ୍କର ପୂର୍ବରୁ ଶତ୍ରୁତା ଲାଗି ରହିଛି। ଯୁବକଜଣକ ଘରକୁ ଆସିଥିବା ଜାଣି ଗତକାଲି ରାତିରେ ପ୍ରାୟ ୭ରୁ ଊର୍ଦ୍ଧ୍ୱ ଯୁବକ ତାଙ୍କୁ ଘରୁ ଟାଣି ନେଇଥିଲେ। ଏହାପରେ ମୁହଁରେ ଚୁନ ବୋଳି ଜୋତା ମାଳ ପିନ୍ଧାଇ ଗାଁ ରାସ୍ତାରେ ବୁଲାଇଲେ। କଥା ଏତିକିରେ ସରିଲା ନାହିଁ।

ସର୍ବସମ୍ମୁଖରେ ଅମାନବୀୟ କାଣ୍ଡର ଏହି ଘଟଣା ଦୀର୍ଘ ସମୟ ଧରି ଚାଲିଲା।  ସମ୍ପୃକ୍ତ ଯୁବକମାନେ ମିଳିତ ଭାବେ ଉକ୍ତ ଯୁବକଙ୍କୁ ମାଡ଼ ମାରିବା ସହ ଲଣ୍ଡା ବି କରିଦେଲେ। ଏପରି ଅକଥନୀୟ ନିର୍ଯାତନା ସହି ନ ପାରି ଯୁବକଜଣକ ପାଣି ମାଗିବାରୁ ପାଣି ବଦଳରେ ତାଙ୍କୁ ପିଆଇ ଦିଆଗଲା ପରିସ୍ରା। ଆଜିର ସଭ୍ୟ ସମାଜରେ ଏପରି ଅମାନବୀୟ କାଣ୍ଡ ଘଟୁଥିବା ବେଳେ ଅନ୍ୟମାନେ ଦେଖଣାହାରୀ ସାଜୁଛନ୍ତି।

ଘଟଣା ସମ୍ପର୍କରେ  ଯୁବକଙ୍କ ସ୍ତ୍ରୀ ଗତ ରାତିରେ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍‌ ଏ ପର୍ଯ୍ୟନ୍ତ ଘଟଣାସ୍ଥଳକୁ ଯାଇ ନାହିଁ କି କାହାକୁ ଗିରଫ କରି ନାହିଁ। ଭିଡିଓ ଭାଇରାଲ ହେବା ପରଠୁ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

The post ଅମାନବୀୟ କାଣ୍ଡ; ଯୁବକଙ୍କୁ ଗାଁ ଦାଣ୍ଡରେ ପିଟିଲେ, ପାଣି ମାଗିବାରୁ ଦେଲେ ପରିସ୍ରା appeared first on Odisha Reporter.



from Odisha Reporter https://ift.tt/3grTtKr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages