ନୂଆଦିଲ୍ଲୀ: ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ଦିନକରେ ରେକର୍ଡ ୬୬ ହଜାରରୁ ଅଧିକ ଲୋକ ଏହି ପ୍ରାଣଘାତୀ ଭାଇରସରୁ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଗୋଟିଏ ଦିନର ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଭାରତରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆକ୍ଟିଭ କେସ୍ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ବର୍ତ୍ତମାନ ଦେଶରେ କରୋନା ଆରୋଗ୍ୟ ହାର ୭୫.୯୨% ରହିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୬୦,୯୭୫ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୬୭,୩୨୩କୁ ବୃଦ୍ଧି ପାଇଛି। ସେହିପରି ଏହି ପ୍ରାଣଘାତୀ ଭାଇରସ ଗୋଟିଏ ଦିନରେ ୮୪୮ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୮,୩୯୦ ଛୁଇଁଛି।
ତେବେ ଗୋଟିଏ ଦିନରେ ରେକର୍ଡ ୬୬,୫୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ଲାଭ କରିଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ଦେଶରେ ଏଯାଏ ୨୪,୦୪,୫୮୫ ଜଣ କରୋନାରେ ଆରୋଗ୍ୟ ଲାଭ କରିସାରିଲେଣି। ଦେଶରେ ଆକ୍ଟିଭ କେସ ସଂଖ୍ୟା ୭,୦୪.୩୪୮ ରହିଛି। ଗତକାଲି ତୁଳନାରେ ଆଜି ଆକ୍ଟିଭ କେସ୍ ସଂଖ୍ୟା ୬,୪୨୩ ହ୍ରାସ ପାଇଛି।
ଅନ୍ୟପକ୍ଷରେ ଅଗଷ୍ଟ ୨୪ରେ ୯,୨୫,୩୮୩ଟି ନମୁନା ପରୀକ୍ଷା କରାଯାଇଛି। ଏହାର ଅର୍ଥ ଦେଶରେ ସୋମବାର ମଧ୍ୟରାତ୍ର ସୁଦ୍ଧା ୩,୬୮,୨୭,୫୨୦ ନମୁନା ପରୀକ୍ଷା କରାଗଲାଣି।
The post ହ୍ରାସ ପାଇଲା ଆକ୍ଟିଭ କେସ ସଂଖ୍ୟା: ଦିନକରେ ରେକର୍ଡ ୬୬ ହଜାର ସୁସ୍ଥ, ୬୦ ହଜାର ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/31qPuc4
No comments:
Post a Comment