ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଦଅଂଳାଠାରେ ଏକ ବୋଲେରୋ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଛି। ଦୁର୍ଘଟଣାରେ ବୋଲେରୋ ଡ୍ରାଇଭର ସମେତ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଗତକାଲି ବୋଲେରୋଟି ତାରାମାକାନ୍ତ ଟିଏମସି ସେଣ୍ଟରରୁ ଦୁଇ ଜଣ ରୋଷେୟାଙ୍କୁ ନେଇ କୋଭିଡି ଟେଷ୍ଟ ପାଇଁ କେନ୍ଦୁଝର ଯାଇଥିଲା। ସେଠାରୁ ସ୍ୱାବ ଟେଷ୍ଟ କରି ଫେରିବା ବେଳେ ଦଅଂଳା ଗାଁ ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା। ଦୁର୍ଘଟଣାରେ ଡ୍ରାଇଭର ବେଣୁଧର ମହନ୍ତଙ୍କ ସମେତ ୩ ଜଣ ଆହତ ହୋଇଥିଲେ।
The post ଗଛରେ ପିଟି ହେଲା ବୋଲେରୋ appeared first on Odisha Reporter.
from Odisha Reporter https://ift.tt/33wm51J
No comments:
Post a Comment