ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଅଗଷ୍ଟ ୧୫ ତାରିଖରୁ ଖୋଲିବ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଓପିଡି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ତେବେ ଲୋକେ ଡାକ୍ତରଖାନାକୁ ଆସିବା ବେଳେ ମାସ୍କ ପରିଧାନ କରିବେ। ସେମାନେ ଓପିଡିରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତାକୁ ମାନିବେ।
କରୋନା ସଂକ୍ରମଣ ଭୟରେ ଗତମାସରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଜେନରାଲ ଓପିଡିକୁ ବନ୍ଦ କରି ଦେଇଥିଲା ଜିଲ୍ଲା ପ୍ରଶାସନ। ତେବେ ଦୀର୍ଘ ଦିନ ଧରି ଓପିଡି ବନ୍ଦ ରହିବା ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା। ତେଣୁ ଏହାକୁ ଖୋଲିବା ନେଇ ସାଧାରଣରେ ଦାବି ହୋଇଥିଲା।
The post ୧୫ରୁ ଖୋଲିବ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଓପିଡି appeared first on Odisha Reporter.
from Odisha Reporter https://ift.tt/3amg0X6
No comments:
Post a Comment