ବେଙ୍ଗାଲୁରୁ ହିଂସା: ପୁଲିସ ଫାଇରିଂରେ ୩ ମୃତ, ୬୦ ପୁଲିସକର୍ମୀ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 12, 2020

ବେଙ୍ଗାଲୁରୁ ହିଂସା: ପୁଲିସ ଫାଇରିଂରେ ୩ ମୃତ, ୬୦ ପୁଲିସକର୍ମୀ ଆହତ

ବେଙ୍ଗାଲୁର: ଫେସବୁକ୍ ପୋଷ୍ଟକୁ ନେଇ ପୂର୍ବ ବେଙ୍ଗାଲୁରୁରେ ମଙ୍ଗଳବାର ରାତି ହିଂସାକାଣ୍ଡ ଘଟିଛି। ପରିସ୍ଥିତି ଓ ଭିଡ଼ ନିୟନ୍ତ୍ରଣ କରିବା ଲାଗି ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ଏପରି କି ଲୁହ ବୁହା ଗ୍ୟାସ ଏବଂ ଲୁହ ବୁହା ବୋମା ସମେତ ପୁଲିସକୁ ଫାଇରିଂ ମଧ୍ୟ କରିବାକୁ ପଡ଼ିଛି।

ଏନେଇ ବେଙ୍ଗାଲୁରୁ ପୁଲିସ କମିଶନର କମଲ ପନ୍ତ ସୂଚନା ଦେଇଛନ୍ତି ଯେ, ପୂର୍ବ ବେଙ୍ଗାଲୁରୁର ଡିଜେ ହଲ୍ଲି ଅଞ୍ଚଳରେ ପୁଲିସ ଫାଇରିଂ ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ହିଂସାକାଣ୍ଡ ଯୋଗୁ ୬୦ ପୁଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି। ଡିଜେ ହଲ୍ଲୀ ଏବଂ କେଜି ହଲ୍ଲୀ ଥାନା ଅଧୀନ ଅଞ୍ଚଳରେ ଗୁରୁବାର ସକାଳ ପର‌୍ୟ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି। ଅନ୍ୟପଟେ ସମଗ୍ର ବେଙ୍ଗାଲୁରୁରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି। କମିଶନର କହିଛନ୍ତି,ବର୍ତ୍ତମାନ ପରିସ୍ଥିତି ଆୟତ୍ତରେ ଅଛି। ପୁଲିସ ଏହି ମାମଲାରେ କଂଗ୍ରେସ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ପୁତୁରା ନବୀନଙ୍କ ବ୍ୟତୀତ ୧୧୦ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି।

ସୂଚନାଯୋଗ୍ୟ, ପୁଲକେଶୀ ନଗରରେ ମଙ୍ଗଳବାର ରାତି ଭିଡ୍ ସ୍ଥାନୀୟ ଥାନା ଏବଂ କଂଗ୍ରେସ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଧାୟକଙ୍କ ପୁତୁରା ସୋଶାଲ ମିଡିଆରେ ଧର୍ମ, ସମ୍ପ୍ରଦାୟ ସମ୍ୱନ୍ଧୀୟ ପୋଷ୍ଟ ଶେୟାର କରିଥିଲେ, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ବଢ଼ିଥିବା ଦେଖିବାକୁ ମିଳିଥିଲା।

The post ବେଙ୍ଗାଲୁରୁ ହିଂସା: ପୁଲିସ ଫାଇରିଂରେ ୩ ମୃତ, ୬୦ ପୁଲିସକର୍ମୀ ଆହତ appeared first on Odisha Reporter.



from Odisha Reporter https://ift.tt/3kFe3th

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages