ନୂଆଦିଲ୍ଲୀ: କରୋନାରୁ ରକ୍ଷା ପାଇବା ପାଇଁ ଟିକା ତିଆରି କରିବାକୁ ଭାରତ ସମେତ ସମସ୍ତ ପ୍ରମୁଖ ଦେଶର ବୈଜ୍ଞାନିକମାନେ ଲାଗି ପଡ଼ିଛନ୍ତି। ଏହାରି ମଧ୍ୟରେ ଶୁଣିବାକୁ ମିଳିଛି ଯେ ହର୍ସଶୁ କ୍ରାବ୍ର ରକ୍ତରୁ ମଧ୍ୟ କରୋନାରୁ ରକ୍ଷା ପାଇବା ପାଇଁ ଟିକା ପ୍ରସ୍ତୁତ କରାଯାଇପାରିବ। ଏହି କଙ୍କଡ଼ାର ରକ୍ତର ରଙ୍ଗ ନୀଳ। ଆଉ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନ୍ତର୍ଜାତୀୟ ବଜାରରେ ଏହି କଙ୍କଡ଼ାର ଗୋଟିଏ ଲିଟର ରକ୍ତର ଦାମ୍ ପ୍ରାୟ ୧୧ ଲକ୍ଷ ଟଙ୍କା। ଏହାକୁ ପୃଥିବୀର ସବୁଠୁ ଦାମୀ ତରଳ ପଦାର୍ଥ ବୋଲି ବି କୁହାଯାଏ।
ଆଟ୍ଲାଣ୍ଟିକ୍, ଭାରତ ଓ ପ୍ରଶାନ୍ତ ମହାସାଗରରେ ହର୍ସଶୁ କ୍ରାବ୍ ଦେଖାଯା’ନ୍ତି। ବିଶେଷ କରି ମେ’ ଓ ଜୁନ୍ ମାସରେ ଏମାନଙ୍କୁ ସମୁଦ୍ର କୂଳରେ ଦେଖିବାକୁ ମିଳେ। ପୂର୍ଣ୍ଣିମା ସମୟରେ ସମୁଦ୍ରରେ ଉଠୁଥିବା ଜୁଆରରେ ଏହି କଙ୍କଡ଼ା କୂଳକୁ ଚାଲି ଆସନ୍ତି।
ହର୍ସଶୁ କ୍ରାବ୍ ରକ୍ତରୁ ଔଷଧ, ଟିକା ଓ sterilize liquids ଆଦି ତିଆରି କରାଯାଏ। ୧୯୭୦ ମସିହାରୁ ବୈଜ୍ଞାନିକମାନେ ଏହାର ରକ୍ତକୁ ବ୍ୟବହାର କରି ଆସୁଛନ୍ତି। ଏହାକୁ ବ୍ୟବହାର କରି ମେଡିକାଲ୍ ଉପକରଣ ଓ ଔଷଧ ଜୀବାଣୁ ରହିତ କି ନା, ତାହା ବି ପରୀକ୍ଷା କରାଯାଏ। ଟିକାକରଣ ପାଇଁ ଆବଶ୍ୟକ ମେଡିକାଲ୍ ଉପକରଣ ଜୀବାଣୁ ମୁକ୍ତ କି ନୁହେଁ, ତାହା ବି ଏହାରି ମାଧ୍ୟମରେ ଜଣାପଡ଼େ।
ହର୍ସଶୁ କ୍ରାବ ରକ୍ତରେ limulus amebocyte lysate ନାମକ ତତ୍ତ୍ୱ ରହିଛି, ଯାହା ଶରୀରରେ ଏଣ୍ଡୋଟକ୍ସିନ୍ ନାମକ ଖରାପ ରାସାୟନିକ ତତ୍ତ୍ୱକୁ ଖୋଜି ବାହାର କରିଥାଏ। ଶରୀରରେ କୌଣସି ସଂକ୍ରମଣ ହେଲେ ଏହି ତତ୍ତ୍ୱ ଶରୀରରୁ ବାହାରିଥାଏ।
ହର୍ସଶୁ କ୍ରାବର ନୀଳ ରଙ୍ଗ ରକ୍ତରେ ଏମିତି ଏକ ରାସାୟନିକ ପଦାର୍ଥ ରହିଛି ଯାହା ଜୀବାଣୁ ଓ ଭୂତାଣୁ ପାଖରେ ଜମା ହୋଇଯା’ନ୍ତି ଏବଂ ସେମାନଙ୍କୁ ଚିହ୍ନଟ କରି ନଷ୍ଟ କରିଦିଅନ୍ତି।
ହର୍ସଶୁ କଙ୍କଡ଼ାର ରକ୍ତକୁ ବାହାର କରିବା ପାଇଁ ଏହାର ହୃତ୍ପିଣ୍ଡରେ ଛୋଟ କଣା କରାଯାଏ। ଏହାର ଶରୀରରୁ ପାଖାପାଖି ୩୦ ପ୍ରତିଶତ ରକ୍ତ ବାହାର କରି ପୁଣିଥରେ ସମୁଦ୍ରକୁ ଛାଡ଼ି ଦିଆଯାଏ। ତେବେ ରକ୍ତ ବାହାର କରିବା ପ୍ରକ୍ରିୟାରେ ୧୦ରୁ ୩୦ ପ୍ରତିଶତ କଙ୍କଡ଼ା ସାଧାରଣତଃ ମରିଯା’ନ୍ତି। ସେହିଭଳି କିଛି କିଛି ପ୍ରଜନନ ଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତି।
The post ନୀଳ ରକ୍ତରୁ ତିଆରି ହେବ କରୋନା ଟିକା! appeared first on Odisha Reporter.
from Odisha Reporter https://ift.tt/2PBu9WL
No comments:
Post a Comment