ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): କରୋନା ଆକ୍ରାନ୍ତଙ୍କୁ ଆଣିବାକୁ ଯାଇଥିବା ଟିମ୍ ଓ ତହସିଲଦାରଙ୍କୁ ଦୁର୍ବ୍ୟବହାର। ଏପରି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କହଳପଦା ଗାଁରେ।
ଗାଁର ଗୋଟିଏ ପରିବାରର ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ପାଇଁ ଏକ ଟିମ୍ ସହ ଯାଇଥିଲେ ତହସିଲଦାର। ହେଲେ ଉକ୍ତ ପରିବାର ଲୋକେ ସେମାନଙ୍କୁ ସହଯୋଗ କରି ନଥିଲେ। ସେମାନେ କୋଭିଡ୍ ହସ୍ପିଟାଲ୍ ଯିବାକୁ ରାଜି ହୋଇ ନଥିଲେ।
ଉକ୍ତ ଟିମ୍ରେ ଯାଇଥିବା ରେବଣାନୂଆଁଗାଁ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ସେମାନଙ୍କୁ ପଜିଟିଭ ରିପୋର୍ଟ ଦେଖାଇ ଥିଲେ। ହେଲେ ସେମାନେ ଏହାକୁ ମିଥ୍ୟା କହି ପାଟିତୁଣ୍ଡ କରିଥିଲେ। ଏପରି କି ଉକ୍ତ ଟିମ୍ ସହ ଯାଇଥିବା ବ୍ରହ୍ମଗିରି ତହସିଲଦାର କିଶୋରଚନ୍ଦ୍ର ପଣ୍ଡାଙ୍କୁ ଉକ୍ତ ପରିବାର ଲୋକେ ଦୁର୍ବ୍ୟବହାର କରିବାକୁ ପଛାଇ ନଥିଲେ ବୋଲି ଅଭିଯୋଗ ହୋଇଛି।
କରୋନା ଆକ୍ରାନ୍ତଙ୍କ ବିରୋଧ ଓ ଦୁର୍ବ୍ୟବହାର ପରେ ତହସିଲଦାର ଓ ତାଙ୍କ ଟିମ୍ ସେମାନଙ୍କୁ କୋଭିଡ୍ ହସ୍ପିଟାଲ୍କୁ ନନେଇ ଫେରିଆସିଥିଲେ। ତା’ସହିତ ଘଟଣା ସଂପର୍କରେ ବ୍ରହ୍ମଗିରି ଥାନାରେ ଲେଖିତ ଅଭିଯୋଗ କରିଛନ୍ତି ତହସିଲଦାର।
ସୂଚନାଯୋଗ୍ୟ, ୭ ଦିନ ତଳେ ଉକ୍ତ ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅବଶିଷ୍ଟ ଲୋକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।
The post କୋଭିଡ୍ ହସ୍ପିଟାଲ୍ ଯିବାକୁ ନାରାଜ କରୋନା ରୋଗୀ, ତହସିଲ୍ଦାରଙ୍କୁ କଲେ ଦୁର୍ବ୍ୟବହାର appeared first on Odisha Reporter.
from Odisha Reporter https://ift.tt/3fIpFrZ
No comments:
Post a Comment