ଶଟ୍‌ଡାଉନ୍‌ର ସୁଯୋଗ ନେଇ ଚୋରି କରିଥିଲେ; ଧରାପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 8, 2020

ଶଟ୍‌ଡାଉନ୍‌ର ସୁଯୋଗ ନେଇ ଚୋରି କରିଥିଲେ; ଧରାପଡ଼ିଲେ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜୁରାବନ୍ଦ ହାଇସ୍କୁଲର ଆଇ.ସି.ଟି ଲ୍ୟାବରୁ ୧୨ଟି କମ୍ପ୍ୟୁଟର ଚୋରି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସେମାନେ ହେଲେ ସାଲେପଡା ଗାଁର ପାଳେଶ୍ଵର ସିପକା, ପ୍ରକାଶ ସାଗରିୟା, ନରେନ୍ଦ୍ର ହେର୍ଣ୍ଣା ଓ ରହେନଭଟା ଗାଁର ମୋହନ ଭୋଇ। ଅଭିଯୁକ୍ତମାନଙ୍କଠାରୁ ୪ଟି କମ୍ପ୍ୟୁ଼ଟର ଓ ଗୋଟିଏ ପ୍ରିଣ୍ଟର ମେସିନ୍‌ ପୁଲିସ ଜବତ କରିଛି।

ପୁଲିସର କହିବା ଅନୁସାରେ, ଗତ ୧୨ ତାରିଖ ରାତିରେ ଜୁରାବନ୍ଦ ହାଇସ୍କୁଲର ଆଇ.ସି.ଟି ଲ୍ୟାବରୁ ୧୨ଟି କମ୍ପ୍ୟୁଟର ଚୋରି ହୋଇଥିବା ନେଇ ପ୍ରଧାନ ଶିକ୍ଷକ ଆନନ୍ଦ କୁମାର ସେଠୀ ୧୩ ତାରିଖ ଦିନ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଘଟଣାର ତଦନ୍ତ କରାଯାଇ ଗତକାଲି ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ତୁରେକେଲା ଥାନା ଅନ୍ତର୍ଗତ କମେଇମୁଣ୍ଡା ଗାଁର ଡିଙ୍ଗର ଭୋଇ ଫେରାର ଅଛି। ଖୁବଶୀଘ୍ର ଫେରାର ଥିବା ଡିଙ୍ଗରକୁ ଗିରଫ କରାଯିବ ବୋଲି କଣ୍ଟାବାଞ୍ଜି ଏସଡିପିଓ ସରୋଜ କୁମାର ମହାପାତ୍ର  କହିଛନ୍ତି।

ଶନିବାର ଓ ରବିବାର ଶଟ୍‌ଡାଉନ୍‌ ରହୁଥିବାର ସୁଯୋଗ ନେଇ ଏମାନେ ଚୋରି କରିଥିଲେ।

The post ଶଟ୍‌ଡାଉନ୍‌ର ସୁଯୋଗ ନେଇ ଚୋରି କରିଥିଲେ; ଧରାପଡ଼ିଲେ appeared first on Odisha Reporter.



from Odisha Reporter https://ift.tt/2CgMbdS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages