ଅଯୋଧ୍ୟା: ଦୀର୍ଘ ଦଶନ୍ଧି ଧରି ହିନ୍ଦୁ ଧର୍ମର ଲୋକମାନେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦେଖିଥିବା ସ୍ୱପ୍ନ ଶେଷରେ ସାକାର ହେବାକୁ ଯାଉଛି। ରାମ ଜନ୍ମ ଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଛନ୍ତି।
ଏଥିପାଇଁ ସ୍ୱତନ୍ତ୍ର ଭୂମି ପୂଜନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଭୂମି ପୂଜନ ରୀତି ନୀତିରେ ମୋଦି ଉପସ୍ଥିତ ରହିଥିଲେ। ଏହାପରେ ପୁଷ୍ପାଞ୍ଜଳୀ ଦେଇ ସେ ମନ୍ଦିର ନିର୍ମାଣ ପାଇଁ ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶିଳାନ୍ୟାସ ପାଇଁ ସ୍ୱତନ୍ତ୍ର ରୁପାର ଇଟା ବ୍ୟବହାର କରାଯାଇଛି। ରାମ ଜନ୍ମ ଭୂମି ସ୍ଥଳରେ ମନ୍ଦିର ନିର୍ମାଣ ପାଇଁ ରୁପା ଇଟା ସ୍ଥାପନ କରାଯାଇଛି। ଶିଳାନ୍ୟାସ ବେଳେ ସ୍ୱତନ୍ତ୍ର କୀର୍ତ୍ତନ କରାଯାଇଛି।
ଭୂମି ପୂଜନ ବେଳେ ୯ଟି ଇଟା ମଣ୍ଡପରେ ରଖାଯାଇଥିଲା। ୧୯୮୯ରେ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ରାମ ଭକ୍ତମାନେ ଏହି ଇଟା ପଠାଇଥିଲେ। ପ୍ରାୟ ୨ ଲକ୍ଷ ୭୫ ହଜାର ଇଟା ଖଣ୍ଡ ମଧ୍ୟରୁ ୧୦୦ଟି ଇଟାରେ ଜୟ ଶ୍ରୀରାମ ଲେଖା ଯାଇଛି। ଏହାକୁ ମଧ୍ୟ ପୂଜା ମଣ୍ଡପରେ ରଖାଯାଇଥିଲା।
ଭୂମି ପୂଜନ ଶିଳାନ୍ୟାସ ପରେ ମୋଦି ସ୍ୱତନ୍ତ୍ର ପୂଜା ମଧ୍ୟ କରିଛନ୍ତି। ଏହାପରେ ସେ ସଭାସ୍ଥଳରେ ଉପସ୍ଥିତ ସାଧୁସନ୍ଥଙ୍କୁ ଉଦବୋଧନ କରିବେ।
The post ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା, ରାମ ମନ୍ଦିର ନିର୍ମାଣ ପାଇଁ ଶିଳ୍ୟାନାସ ହେଲା appeared first on Odisha Reporter.
from Odisha Reporter https://ift.tt/2DE4Rog
No comments:
Post a Comment