ରାଜ୍ୟରେ ପୁଣି ୧୦ ଜଣଙ୍କ ଜୀବନ ନେଲା କରୋନା, ୪୦୦ ଟପିଲା ମୃତ୍ୟୁ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 22, 2020

ରାଜ୍ୟରେ ପୁଣି ୧୦ ଜଣଙ୍କ ଜୀବନ ନେଲା କରୋନା, ୪୦୦ ଟପିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ନେଇଛି ଆଉ ୧୦ ଜୀବନ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ଏହା ସହିତ ୪୦୯ରେ ପହଞ୍ଚି ଯାଇଛି ରାଜ୍ୟର କରୋନା ଜନିତ ମୃତ୍ୟୁ ସଂଖ୍ୟା।


ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ ଜଣ ଥିବା ବେଳେ କଟକ ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ ଅଛନ୍ତି। ସେହିପରି ବଲାଙ୍ଗୀର, ଗଜପତି ଓ ରାୟଗଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

ଏହା ସହିତ ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୪ରେ ପହଞ୍ଚିଥିବା ବେଳେ କଟକରେ ୨୪, ଗଜପତିରେ ୧୭, ରାୟଗଡ଼ାରେ ୨୦, ବଲାଙ୍ଗିରରେ ୩ ଓ ନୟାଗଡ଼ରେ ୧୧ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮,୫୩୦ରେ ପହଞ୍ଚିଥିବା ବେଳେ ୫୨,୨୭୬ ଜଣ ସୁସ୍ଥ ହୋଇସାରିଛନ୍ତି। ୨୫,୭୯୨ ଜଣ ଚିକିତ୍ସାଧୀନ ଅଛନ୍ତି। ଆଉ ୫୩ ଜଣ କରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ ସେମାନେ ଅନ୍ୟାନ୍ୟ କାରଣରୁ ପ୍ରାଣ ହରାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

The post ରାଜ୍ୟରେ ପୁଣି ୧୦ ଜଣଙ୍କ ଜୀବନ ନେଲା କରୋନା, ୪୦୦ ଟପିଲା ମୃତ୍ୟୁ ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/3giSVG5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages