ରାଜ୍ୟରେ ଆଉ ୨୯୯୩ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 22, 2020

ରାଜ୍ୟରେ ଆଉ ୨୯୯୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨୯୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮,୫୩୦ ରେ ପହଞ୍ଚି ଯାଇଛି।

୩୦ଟି ଜିଲ୍ଲାରୁ ଚିହ୍ନଟ ୨୯୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୭୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୧୧୪ ଟି ହେଉଛି ଲୋକାଲ୍ କେସ୍‌।


ସେହିପରି ଏହି ୨୯୯୩ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୬୦୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୨୭୧, କଟକରୁ ୧୫୮, ଯାଜପୁରରୁ ୧୨୧, ନୟାଗଡ଼ରୁ ୧୫୩, ରାୟଗଡ଼ାରୁ ୧୩୭, ସମ୍ବଲପୁରରୁ ୧୦୪ ଓ ବାଲେଶ୍ୱରରୁ ୧୧୫ ଜଣ ଚିହ୍ନଟ ହୋଇଛନ୍ତି।


ରାଜ୍ୟରେ ୭୮,୫୩୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫୨,୨୭୬ ସୁସ୍ଥ ହୋଇସାରିଥିବା ବେଳେ ୨୫,୭୯୨ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦୯ରେ ପହଞ୍ଚି ଯାଇଛି।

The post ରାଜ୍ୟରେ ଆଉ ୨୯୯୩ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/32kgKIi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages