ନୂଆଦିଲ୍ଲୀ: ଭାରତରେ ମହାମାରୀ କରୋନା ଭାଇରସ ହୁହୁ ହୋଇ ବଢ଼ିବାରେ ଲାଗିଛି। ବୁଧବାର କରୋନା ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ଗତ ୨୪ ଘଣ୍ଟାରେ ପ୍ରାୟ ୭୦ ହଜାର ଲୋକ ଏହି ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ପାର କରିଯାଇଛି। ସେହିପରି କରୋନା ୨୪ ଘଣ୍ଟାରେ ଆଉ ୯୭୭ ଜଣଙ୍କ ମୁଣ୍ଡ ନେଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ୬୯,୬୫୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮,୩୬,୯୨୬କୁ ବୃଦ୍ଧି ପାଇଛି। ସେହିପରି ୯୭୭ ଜଣଙ୍କ ଜୀବନ ଯିବାରୁ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୩,୮୬୬ରେ ପହଞ୍ଚି ଯାଇଛି।
ତେବେ ଦେଶରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବେଶ ଉତ୍ସାହଜନକ। ଏବେ ଦେଶରେ କରୋନା ଆରୋଗ୍ୟ ହାର ପ୍ରାୟ ୭୪% ରହିଛି। ୨୪ ଘଣ୍ଟାରେ ୫୮,୭୯୪ ଜଣ ଆରୋଗ୍ୟ ଲାଭ କରିବାରୁ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୦,୯୬,୬୬୪ ହୋଇଯାଇଛି। ଏହାର ଅର୍ଥ ଆକ୍ଟିଭ କେସ ସଂଖ୍ୟା ୬,୮୬,୩୯୫ରେ ରହିଛି।
The post ସବୁ ପୁରୁଣା ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ପ୍ରାୟ ୭୦ ହଜାର ପଜିଟିଭ, ୯୭୭ ମୃତ appeared first on Odisha Reporter.
from Odisha Reporter https://ift.tt/2YjRgd1
No comments:
Post a Comment