ପୁଣି ସ୍ୱାଭିମାନ ଅଞ୍ଚଳରେ ଗର୍ଜିଲେ ସ୍ଵଭିମାନବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 24, 2020

ପୁଣି ସ୍ୱାଭିମାନ ଅଞ୍ଚଳରେ ଗର୍ଜିଲେ ସ୍ଵଭିମାନବାସୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): କୋଭିଡ କଟକଣାକୁ ଖାତିର ନକରି ପୁଣି ସ୍ୱାଭିମାନ ଅଞ୍ଚଳରେ ଗର୍ଜିଲେ  ସ୍ୱାଭିମାନବାସୀ। ମାଲକାନଗିରି ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ସିପିଆଇଏମ ପକ୍ଷରୁ ଗଜଳମାମୁଡ଼ିରେ ମେଳି ହୋଇଥିବା ଜଣାଯାଇଛି।

ଗଜଳମାମୁଡ଼ି ପଞ୍ଚାୟତର ଗଜଳମାମୁଡ଼ି ଗ୍ରାମରେ ସୋମବାର ସିପିଆଇଏମ ପକ୍ଷରୁ ମେଳି ଓ ପରେ ଶୋଭାଯାତ୍ରା କରାଯାଇଥିଲା।ଏଥିରେ   ବିଭିନ୍ନ ସମସ୍ୟାକୁ ନେଇ ଆଦିବାସୀମାନେ ସ୍ଲୋଗାନ ଦେଇଥିଲେ। ୯ ଟି ପଞ୍ଚାୟତରେ ୪୦ ପ୍ରତିଶତ ପରିବାର ରାସନ କାର୍ଡ ପାଇନାହାନ୍ତି। ବାରମ୍ବାର ଆବେଦନ ସତ୍ତ୍ୱେ ସେମାନଙ୍କ କେହି ଦାବି ଶୁଣୁ ନାହାନ୍ତି।   ଏଥି ସହ କରୋନା ମହାମାରୀ ସମୟରେ ପିଲାଙ୍କ ପାଠପଢ଼ା ବନ୍ଦୋବସ୍ତ କରିବା, ଚିତ୍ରକୋଣ୍ଡା ବ୍ଲକରେ ହେଉଥିବା ଦୁର୍ନୀତିର ତଦନ୍ତ କରିବା, ଲାଞ୍ଚ ନେଇ କାମ ଯୋଗାଇ ଦେଉଥିବା ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆଦି ଦାବି ନେଇ ଶହ ଶହ ଲୋକ ସ୍ଲୋଗାନ ଦେଇ ରାଲି କରିଥିଲେ।

ଏଥିସହ ଜଙ୍ଗଲ ପାହାଡ଼ରେ ରହି  ମୌଳିକ ସୁବିଧାରୁ ବଞ୍ଚିତ ରହୁଥିବା ନିରୀହ ଆଦିବାସୀଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ସର୍ବନିମ୍ନ  ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି। ଏହାବ୍ୟତୀତ ଗଜଳମାମୁଡ଼ି ଓ ଯୋଡମ୍ବରେ ଦିଆଯାଉଥିବା ଚାଉଳର ତଦନ୍ତ କରିବା ସହ ସମସ୍ତଙ୍କୁ ଜଙ୍ଗଲ ଜମି ପଟା ଯୋଗାଇ ଦେବାକୁ ଦାବି କରିଛନ୍ତି। କିନ୍ତୁ ଏହି ଶୋଭାଯାତ୍ରାରେ  ନ ଥିଲା ସାମାଜିକ ଦୂରତା ନ ଥିଲା ସବୁ ଲୋକଙ୍କ ମୁହଁରେ ମାସ୍କ ।

 

 

 

 

 

 

The post ପୁଣି ସ୍ୱାଭିମାନ ଅଞ୍ଚଳରେ ଗର୍ଜିଲେ ସ୍ଵଭିମାନବାସୀ appeared first on Odisha Reporter.



from Odisha Reporter https://ift.tt/3jeLGk2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages