ପୁଣି ଜଣେ ବିଧାୟକଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 24, 2020

ପୁଣି ଜଣେ ବିଧାୟକଙ୍କୁ କରୋନା

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା):  କୋରାପୁଟ ଜିଲ୍ଲା ପଟାଙ୍ଗି ବିଧାୟକ ପିତମ ପାଢ଼ୀ କରୋନା ମହାମାରୀ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏନେଇ ବିଧାୟକ ନିଜ ଫେସବୁକ୍ ଆକାଉଣ୍ଟରେ ସୂଚନା ଦେଇଛନ୍ତି।

କରୋନା ପଜିଟିଭ ଚିହ୍ନଟ ପରେ ବିଧାୟକଜଣକ ହୋମ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଟେଷ୍ଟ ପାଇଁ ପରାମର୍ଶ ଦେଇଛନ୍ତି ବିଧାୟକ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ କୋରାପୁଟ ଜିଲ୍ଲାର ଟାଣୁଆ ବିଜେପି ନେତା ଜୟରାମ ପାଙ୍ଗୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ। ସେ ଏବେ ହୋମ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

ଏହାପୂର୍ବରୁ ନିଳଗିରି ବିଧାୟକ ସୁକାନ୍ତ ନାୟକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଭୁବନେୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ପ୍ରମୁଖ କରୋନା ଦ୍ୱାରା କବଳିତ ହୋଇ ସାରିଛନ୍ତି।

The post ପୁଣି ଜଣେ ବିଧାୟକଙ୍କୁ କରୋନା appeared first on Odisha Reporter.



from Odisha Reporter https://ift.tt/32mp22C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages