ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ପିଅନପଡ଼ା ଥାନା ଅନ୍ତର୍ଗତ ଭଞ୍ଜସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗତକାଲି ସନ୍ଧ୍ୟାରେ ପୁଲିସ୍ ଚଢ଼ଉ କରି ତିନି ଜଣଙ୍କୁ ଗିରଫ କରିଛି। ଚଢ଼ଉ ବେଳେ ୧୫, ୫୦୦ଟଙ୍କା, ୩ ଟି ମୋବାଇଲ, ୩ କାଟା ତାସ ଏବଂ ଗୋଟିଏ ଜରି ପାଲ ଜବତ କରିଛି।
ସମସ୍ତ ଗିରଫ ଅଭିଯୁକ୍ତଙ୍କ ଘର ଫୁଲବାଣୀ ସହରରେ ବୋଲି ଜଣାପଡ଼ିଛି। ସେମାନେ ହେଲେ ଅଶୋକ କୁମାର ଶତପଥୀ, ବରୁଣ ବେହେରା ଓ ନୀଳକଣ୍ଠ ମିଶ୍ର।
ସୂଚନା ଅନୁସାରେ, ଭଞ୍ଜସାହିରେ ଦୀର୍ଘ ଦିନ ହେବ କିଛି ଲୋକ ବିଭିନ୍ନ ସମୟରେ ଜୁଆ ଖେଳୁଥିବା ନେଇ ପୁଲିସ ଖବର ପାଇଥିଲା। ଗତକାଲି ସନ୍ଧ୍ୟାରେ ଟାଉନ ଥାନା ପୁଲିସ ସେହି ଜୁଆ ଆଡ୍ଡାରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଜୁଆ ଆଡ୍ଡାରୁ କିଛି ଜୁଆଡି ଦୌଡ଼ି ପଳାଇଯାଇଥିବା ବେଳେ ପୁଲିସ୍ ତିନି ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା।
The post ପୁଲିସ୍ ପୂର୍ବରୁ ଖବର ପାଇଥିଲା, ୩ ଜଣଙ୍କୁ ବାନ୍ଧିଲା appeared first on Odisha Reporter.
from Odisha Reporter https://ift.tt/345xPs9
No comments:
Post a Comment