ଭାଇରାଲ ଅଡିଓ ମାମଲା; ରିମାଣ୍ଡରେ ଗଲେ ଲକ୍ଷ୍ମୀକାନ୍ତ, ବିଶ୍ୱଜିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 11, 2020

ଭାଇରାଲ ଅଡିଓ ମାମଲା; ରିମାଣ୍ଡରେ ଗଲେ ଲକ୍ଷ୍ମୀକାନ୍ତ, ବିଶ୍ୱଜିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଇରାଲ ଅଡିଓ ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୁଲିସ୍‌ । ଝାରପଡ଼ା ଜେଲ୍‌ରୁ  ୨ ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ  ରିମାଣ୍ଡରେ ନେଲା କ୍ୟାପିଟାଲ ଥାନା ପୁଲିସ୍‌।  ଗତକାଲି ଉଭୟଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଥିଲେ।

ସୂଚନା ଅନୁଯାୟୀ, କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ଭାଇରାଲ ଅଡିଓ ଘଟଣାରେ ବାର୍ତ୍ତାଳାପ କରିଥିବା ସମ୍ପୃକ୍ତ ୨ ଜଣଙ୍କୁ ପୁଲିସ୍‌ ଗିରଫ କରିଥିଲା। ଲକ୍ଷ୍ମୀକାନ୍ତ ବେହେରା ଅରଟେଲ୍ କମ୍ୟୁନିକେସନ  କର୍ମଚାରୀ  ହୋଇଥିବା ବେଳେ ବିଶ୍ୱଜିତ ହେଉଛନ୍ତି ତାଙ୍କ ବନ୍ଧୁ । କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା ସଂପର୍କରେ ଉଭୟଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହୋଇଥିଲା ।   ଲକ୍ଷ୍ମୀକାନ୍ତ କରୋନାରେ ଆକ୍ରାନ୍ତ ହେବାରୁ ଗତ ଜୁଲାଇ ୧୭ ତାରିଖରୁ ଅଫିସ ଯାଇନଥିବା ଜଣାପଡ଼ିଛି ।

ଭାଇରାଲ୍ ହୋଇଥିବା ଅଡିଓ ସମ୍ପର୍କରେ ମାନିଛନ୍ତି ଲକ୍ଷ୍ମୀକାନ୍ତଙ୍କ ବନ୍ଧୁ ବିଶ୍ୱଜିତ । ସେ ନିଜେ ଭାଇରାଲ୍ କରିଥିବା କଥାକୁ ସ୍ୱୀକାର କରିଛନ୍ତି । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବା ସହ ବିଶ୍ୱଜିତ କହିଛନ୍ତି ଯେ, ମୋବାଇଲ୍‌ରେ ୨୦ରୁ ୨୫ ଜଣ ସାଙ୍ଗଙ୍କୁ ସେ ଏହି ଅଡିଓଟିକୁ ପଠାଇଥିଲେ । ସେପଟେ ଅରଟେଲ୍ କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ କରୋନା ସଂକ୍ରମିତ  ହୋଇଥିଲେ ଏବଂ ନିଜର ଅନୁଭୂତି ସାଙ୍ଗଙ୍କ ସହ କଥା ହେଉଥିଲେ । ତେବେ ତାଙ୍କ କଥାକୁ ବିଶ୍ୱଜିତ ରେକର୍ଡିଂ କରୁଥିବେ ବୋଲି ତାଙ୍କ ଧାରଣା ନ ଥିଲା ବୋଲି କହିଛନ୍ତି ଲକ୍ଷ୍ମୀକାନ୍ତ ।

ତେବେ ଏହା ପୂର୍ବରୁ ଓଟିଭି ସୋଶାଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଦୁଇ ବନ୍ଧୁ କଥା ହେଉଥିବାର ଏକ ଅଡିଓ ପ୍ରକାଶ ପାଇଥିଲା। ସେମାନଙ୍କ ଭିତରୁ ଜଣେ କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା କୁହାଯାଉଥିଲା। କୋଭିଡ୍‌ ହସ୍ପିଟାଲ୍‌ରୁ ଫେରିବା ପରେ ସମ୍ପୃକ୍ତ ବ୍ୟକ୍ତି ତାଙ୍କ ସାଙ୍ଗ ସହିତ କଥା ହୋଇଥିଲେ। ଯାହା ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏହାପରେ ରାତି ଅଧରେ ସେମାନଙ୍କୁ ପୁଲିସ୍‌ ଉଠାଇ ନେଇଥିଲା। ଓଟିଭି ସୋଶାଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ପ୍ରସାରିତ ଉକ୍ତ ଭିଡିଓକୁ ମିଛ ବୋଲି ଦର୍ଶାଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଥିଲା।

ତେଣୁ ସେମାନଙ୍କ ବାର୍ତ୍ତାଳାପରୁ କିପରି କରୋନା ବ୍ୟାପିବ କିମ୍ବା ଲୋକମାନଙ୍କ ମନରେ ଭୟ ସୃଷ୍ଟି ହେବ ସେ ନେଇ ପ୍ରଶ୍ନ ଉଠିଛି। ତେବେ ଦୁଇ ଜଣ ସାଧାରଣ ଲୋକଙ୍କ କଥାବାର୍ତ୍ତାରୁ ପୁଲିସ୍‌ କି ଷଡ଼ଯନ୍ତ୍ରର ଗନ୍ଧ ବାରି ପାରିଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଆଇନଜୀବୀ, ବୁଦ୍ଧିଜୀବୀ ଓ ସାମ୍ବାଦିକ।

The post ଭାଇରାଲ ଅଡିଓ ମାମଲା; ରିମାଣ୍ଡରେ ଗଲେ ଲକ୍ଷ୍ମୀକାନ୍ତ, ବିଶ୍ୱଜିତ appeared first on Odisha Reporter.



from Odisha Reporter https://ift.tt/3fLnPGS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages