ଆଜିଠୁ ୮ଟି ରୁଟ୍‌ରେ ଗଡ଼ିବ ମୋ ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 3, 2020

ଆଜିଠୁ ୮ଟି ରୁଟ୍‌ରେ ଗଡ଼ିବ ମୋ ବସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ରାଜଧାନୀରେ ବନ୍ଦ ଥିବା ମୋ ବସ୍‌ ସେବା ଆଜିଠୁ ପୁଣି ଆରମ୍ଭ ହେବ। କୋଭିଡ୍‌ ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ରାଜଧାନୀରେ ଗଡ଼ିବ ମୋ ବସ୍‌। ଅନ୍‌ଲକ୍‌-୩ରେ ସରକାରଙ୍କ ଗ୍ରୀନ୍‌ ସିଗ୍‌ନାଲ୍‌ ପରେ ବସ୍‌ ସେବା ଆରମ୍ଭ କରିବାକୁ CRUT ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟତଃ ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପିପିଲିର ୮ଟି ରୁଟ୍‌ରେ କେବଳ ନନ୍ ଏସି ବସ୍ ଚଳାଚଳ କରିବ। ଏହି ରୁଟ୍‌ଗୁଡ଼ିକ ହେଲା- ୧୧ ନମ୍ବର( ନନ୍ଦନ ବିହାର-ଲିଙ୍ଗିପୁର), ୧୬ ନମ୍ବର (ମାଷ୍ଟର କ୍ୟାଣ୍ଟିନରୁ କଟକ ବିଜୁ ପଟ୍ଟନାୟକ ପାର୍କ), ୧୮ ନମ୍ବର-(ବରମୁଣ୍ଡାରୁ ଜଗତପୁର), ୨୦ ନମ୍ବର-(ମାଷ୍ଟର କ୍ୟାଣ୍ଟିନରୁ ଖୋର୍ଦ୍ଧା ଭାୟା ବାଣୀବିହାର), ୨୩ ନମ୍ବର-(ମାଷ୍ଟର କ୍ୟାଣ୍ଟିନରୁ ସମ୍ ହସ୍ପିଟାଲ), ୨୫ ନମ୍ବର (ଡୁମଡୁମାରୁ ମଞ୍ଚେଶ୍ୱର), ୨୭ ନମ୍ବର (ମାଷ୍ଟର କ୍ୟାଣ୍ଟିନରୁ ଏମ୍ସ), ୩୩ ନମ୍ବର (ମାଷ୍ଟର କ୍ୟାଣ୍ଟିନରୁ ପିପିଲି)।

ସକାଳ ୭ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ମୋ ବସ୍ ଚଳାଚଳ କରିବ । ଅଗଷ୍ଟ ମାସ ସାରା କିନ୍ତୁ ଶନିବାର ଓ ରବିବାର ମୋ ବସ୍ ବନ୍ଦ ରହିବ ବୋଲି CRUT ପକ୍ଷରୁ ସୂଚନା ଦିଆଯାଇଛି ।

The post ଆଜିଠୁ ୮ଟି ରୁଟ୍‌ରେ ଗଡ଼ିବ ମୋ ବସ୍‌ appeared first on Odisha Reporter.



from Odisha Reporter https://ift.tt/3frbvLx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages