‘ମୁଁ ଦୁଃଖିତ, ହେଲେ ଦାୟୀ ନୁହେଁ’, ଅଶ୍ଲୀଳ ଲିଙ୍କ୍‌ ପଡ଼ିବା ଘଟଣାରେ ଏପରି କହିଲେ ପ୍ରଧାନଶିକ୍ଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 3, 2020

‘ମୁଁ ଦୁଃଖିତ, ହେଲେ ଦାୟୀ ନୁହେଁ’, ଅଶ୍ଲୀଳ ଲିଙ୍କ୍‌ ପଡ଼ିବା ଘଟଣାରେ ଏପରି କହିଲେ ପ୍ରଧାନଶିକ୍ଷକ

କଟକ(ଓଡ଼ିଶା ରିପୋର୍ଟର): “ସ୍ମାର୍ଟଫୋନ୍ ବ୍ୟବାହର ଜାଣି ନାହିଁ। ଆସିଥିବା ଲିଙ୍କ୍‌ ନ ଦେଖି ଗ୍ରୁପ୍‌ରେ ଫରୱାର୍ଡ କରିଥିବାରୁ ଏପରି ସାଂଘାତିକ ଭୁଲ ହେବା ସହ ବଦନାମି ମୁଣ୍ଡାଇବାକୁ ପଡ଼ିଲା। ଏଥିପାଇଁ ମୁଁ ଖୁବ୍‌ ଦୁଃଖିତ ହେଲେ ମଧ୍ୟ ଦାୟୀ ନୁହେଁ।”  କିଛି ଦିନ ତଳେ କଟକର ଏକ ସ୍କୁଲ ପିଲାଙ୍କ ଅନଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ ଗ୍ରୁପ୍‌ରେ ପଡ଼ିଥିଲା ଅଶ୍ଳୀଳ ଫଟୋ । ଏହାକୁ ନେଇ ପୁଲିସ୍‌ ଖୋଳତାଡ଼ ଜାରି ରଖିଥିବା ବେଳେ ନିଜ  ସଫେଇରେ ଏପରି  କହିଛନ୍ତି ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ।

“ମୋ’ କାମ ହେଲା, ପାଠ ପଢ଼ାଇବା ପାଇଁ ଯେଉଁସବୁ ଲିଙ୍କ ଆସିଥାଏ, ତାକୁ ସଂପୃକ୍ତ ବିଷୟର ଶିକ୍ଷକଙ୍କ ପାଖକୁ ପଠାଇଥାଏ । ହେଲେ ସେ ଲିଙ୍କର କଣ୍ଟେଣ୍ଟ ଦେଖିନଥିଲି। ଯାହା ଆସିଥିଲା ଗ୍ରୁପ୍‌ରେ  ଛାଡ଼ି ଦେଇଥିଲି ।” ବୋଲି କହିଛନ୍ତି  ପ୍ରଧାନଶିକ୍ଷକଜଣକ। ତେବେ ଘଟଣାର ତଦନ୍ତ ଚାଲିଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଡିସିପି କହିଛନ୍ତି ।

ସୂଚନାଯୋଗ୍ୟ, ଏକ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଗ୍ରୁପ୍‌ରେ ଅଶ୍ଳୀଳ ଫଟୋ ପକାଇଥିବା ଅଭିଯୋଗ କରିଥିଲେ ଜଣେ ପୂର୍ବତନ କର୍ପୋରେଟର। ଏହାକୁ ନେଇ ଆଲୋଚନା ଜୋର ଧରିଥିବା ବେଳେ ଅଭିଭାବକଙ୍କ ମଧ୍ୟରେ ଶଙ୍କା ସୃଷ୍ଟି ହୋଇଥିଲା। ଏବେ ମହାମାରୀ କରୋନା ଯୋଗୁ ପିଲାମାନେ ସ୍କୁଲ ଯାଇ ନ ପାରି ଘରେ ରହି ଅନଲାଇନ୍‌ରେ ପାଠ ପଢ଼ୁଛନ୍ତି। ଏପରି ସ୍ଥିତିରେ ବାପମା’ ପିଲାଙ୍କୁ ମୋବାଇଲ ଦେବାକୁ ବାଧ୍ୟ ହେଉଥିବା ବେଳେ ଏପରି ଫଟୋ ପଡ଼ିଲେ ତାହା ସେମାନଙ୍କ ଉପରେ କି ପ୍ରଭାବ ପକାଇବ ବୋଲି ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। କଟକ ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଟକ ଡିସିପି।

The post ‘ମୁଁ ଦୁଃଖିତ, ହେଲେ ଦାୟୀ ନୁହେଁ’, ଅଶ୍ଲୀଳ ଲିଙ୍କ୍‌ ପଡ଼ିବା ଘଟଣାରେ ଏପରି କହିଲେ ପ୍ରଧାନଶିକ୍ଷକ appeared first on Odisha Reporter.



from Odisha Reporter https://ift.tt/2Xm8tlt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages