ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ପ୍ରକୃତ ସ୍ୱାଧୀନତା ସଠିକ୍ ଶିକ୍ଷା ସହ ଆସିଥାଏ। ଆଉ ଭୋକିଲା ପେଟ ପାଇଁ ଶିକ୍ଷା କେବେ ଏକ ଗୁରୁତ୍ୱ ହୋଇପାରିବନି।‘ ଏମିତି କିଛି ଲେଖି ନିଜ ଇନ୍ଷ୍ଟାଗ୍ରାମରେ କିଛି ପିଲାଙ୍କ ସହ ଫଟୋ ଶେଆର କରିଛନ୍ତି ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ।
ଗତ ୧୫ତାରିଖରେ ସ୍ୱାଧୀନତା ଦିବସ ଅବସରରେ ଅର୍ଚ୍ଚିତା କଟକର ଭକ୍ତ ମଧୁ ବିଦ୍ୟା ମନ୍ଦିର ଯାଇଥିଲେ। ସେଠାରେ କୁନି କୁନି ପିଲାମାନଙ୍କୁ ଖାଦ୍ୟ ସାମଗ୍ରୀ ଦେଇଥିଲେ। ଏଥିସହ ପିଲାମାନଙ୍କ ସହ କିଛି ସମୟ ମଧ୍ୟ ବିତାଇଥିଲେ।
ଅର୍ଚ୍ଚିତା ତାଙ୍କ ଇନ୍ଷ୍ଟାଗ୍ରାମରେ ସେହି ସମୟର କିଛି ଫଟୋ ଶେଆର କରିବା ପରେ ତାଙ୍କୁ ଅନେକ ଲୋକ ପ୍ରଶଂସା କରିଛନ୍ତି। ଅର୍ଚ୍ଚିତା କେବଳ ଜଣେ ଭଲ ଅଭିନେତ୍ରୀ ନୁହନ୍ତି, ସେ ଜଣେ ଭଲ ମଣିଷ ବୋଲି କିଛି ଲୋକ କମେଣ୍ଟ କରିଛନ୍ତି। ଆଉ କିଛି ଲୋକ ଏହି ମହାମାରୀ ସମୟରେ ଅର୍ଚ୍ଚିତାଙ୍କ ଏଭଳି କାମ ଖୁସି ଲାଗୁଥିବା କମେଣ୍ଟ ବକ୍ସରେ ଲେଖିଛନ୍ତି।
ଅନ୍ୟପକ୍ଷରେ କିଛି ଲୋକ ତାଙ୍କୁ ସମାଲୋଚନା କରିଛନ୍ତି। ସାହାଯ୍ୟ କରିବାକୁ ଯିବା ସମୟରେ ଫୋନ୍ ସାଙ୍ଗରେ ନନେଇ ଗଲେ ଭଲ ହୁଅନ୍ତା ବୋଲି ସେମାନେ କମେଣ୍ଟ ଦେଇଛନ୍ତି।
The post ସାହାଯ୍ୟ କରି ସମାଲୋଚିତ ହେଲେ ଅର୍ଚ୍ଚିତା! appeared first on Odisha Reporter.
from Odisha Reporter https://ift.tt/3axTEBK
No comments:
Post a Comment