ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ରାଇଘର ହାଟବରଣ୍ଡି ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଶୌଚ ହେବାକୁ ପୋଖରୀକୁ ନିଜ ୧୧ ମାସର ଝିଅ ସହ ଜଣେ ମହିଳା ଯାଇଥିବା ବେଳେ ଉଭୟ ମା’ ଝିଅ ବୁଡ଼ି ଯାଇଥିବା ଜଣାଯାଇଛି। ମା’ର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଛୁଆର ପତ୍ତା ମିଳିପାରିନି।
ଆଜି ସକାଳେ ପ୍ରକାଶ ଗଣ୍ଡ ଙ୍କ ସ୍ତ୍ରୀ ରୋଶନୀ ଗଣ୍ଡ’ ନିଜ ୧୧ ମାସର ଝିଅକୁ ଧରି ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏହାପରେ ପାଣିରେ ରୋଶନୀଙ୍କ ମୃତଦେହ ଭାସୁଥିବା ଦେଖି ଉଦ୍ଧାର କରିଥିଲେ। କିନ୍ତୁ ଛୁଆଟିର ପତ୍ତା ମିଳି ପାରି ନ ଥିବା ବେଳେ କୁନ୍ଦେଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ରାଇଘର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିବା ଜଣାଯାଇଛି।
The post ୧୧ ମାସର ଝିଅକୁ ଧରି ପୋଖରୀକୁ ଯାଇଥିଲେ ମହିଳା, ହେଲେ ଫେରିଲେନି appeared first on Odisha Reporter.
from Odisha Reporter https://ift.tt/2E9ySMW
No comments:
Post a Comment