ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଚେତନ ଚୌହାନ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଶନିବାର ଅପରାହ୍ନ ଠାରୁ ଲାଇଫ୍ ସପୋର୍ଟରେ ରଖାଯାଇଛି।
ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଏହି ୭୩ ବର୍ଷୀୟ ପୂର୍ବତନ କ୍ରିକେଟରଙ୍କୁ କରୋନା ହୋଇଥିବା ନେଇ ଜୁଲାଇ ୧୨ ତାରିଖରେ ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ପ୍ରଭାବିତ ହେବାକୁ ଆରମ୍ଭ କରିବାରୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଗତକାଲି ସନ୍ଧ୍ୟାରେ ଚେତନଙ୍କ ଭାଇ ପୁଷ୍ପେନ୍ଦ୍ର ଚୌହାନ କହିଥିଲେ ଯେ ସେ କରୋନା ଭାଇରସରୁ ମୁକ୍ତ ହୋଇଯାଇଥିଲେ। କିନ୍ତୁ ତାଙ୍କ କିଡ୍ନୀ ପ୍ରଭାବିତ ହୋଇଥିଲା। ତା’ସହିତ ଶୁକ୍ରବାର ରାତିରେ ତାଙ୍କ କରୋନା ରିପୋର୍ଟ ପୁଣି ପଜିଟିଭ୍ ଆସିଥିଲା। ଶନିବାର ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଯାଇଥିଲା ଓ ତାଙ୍କର ଏକାଧିକ ଅଙ୍ଗ ପ୍ରଭାବିତ ହୋଇଥିବା କୁହାଯାଇଥିଲା। ତା’ପରେ ଦିନ ପ୍ରାୟ ଗୋଟାଏ ବେଳେ ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଥିଲା। ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆଉ ଅବନ୍ନତି ଦେଖାଯାଇ ନଥିଲା।
ସୂଚନାଯୋଗ୍ୟ, ଚେତନ ଚୌହାନ ୪୦ଟି ଟେଷ୍ଟ୍ ମ୍ୟାଚ୍ ଖେଳି ୨୦୮୪ ରନ୍ କରିଥିବା ବେଳେ ତା’ ମଧ୍ୟରେ ୧୬ଟି ଅର୍ଦ୍ଧ ଶତକ ସାମିଲ ଥିଲା। ସେ ଦୁଇ ଥର (୧୯୯୧ ଓ ୧୯୯୮) ଉତ୍ତର ପ୍ରଦେଶର ଅମରୋହାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୧ରେ ତାଙ୍କୁ ଅର୍ଜୁନ୍ ପୁରସ୍କାର ପ୍ରଦାନ କରାଯାଇଥିଲା।
The post ଚେତନ ଚୌହାନଙ୍କ ଅବସ୍ଥା ଗୁରୁତର appeared first on Odisha Reporter.
from Odisha Reporter https://ift.tt/2Cv5zDU
No comments:
Post a Comment