ନୀଳଗିରି(ବିଶ୍ୱମ୍ବର ଦାସ): ଭୋଜି ଖାଇ ୩୫ରୁ ଊର୍ଦ୍ଧ୍ୱ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ତୋଟାପଡ଼ା ଗ୍ରାମରେ ।
ତୋଟାପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଭୋଜିର ଆୟୋଜନ ହୋଇଥିଲା । ଏହି ଭୋଜି ଖାଇ ୩୫ରୁ ଅଧିକ ଲୋକଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫ରୁ ଅଧିକ ଶିଶୁ ଥିବା ଜଣାପଡ଼ିଛି । ସମସ୍ତଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ କିଛି ବ୍ୟକ୍ତି ଅନ୍ୟତ୍ର ଚିକିତ୍ସିତ ହେଉଥିବା ଜଣାଯାଇଛି।
ଏହି ଘଟଣା ପରେ ଗତକାଲି ରାତିରେ ସଂପୃକ୍ତ ଗାଁକୁ ଏକ ମେଡିକାଲ ଟିମ୍ ଯାଇ ଅସୁସ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ଅପରପକ୍ଷେ ନୀଳଗିରି ମେଡିକାଲରେ ସ୍ୱାସ୍ଥ୍ୟ ସେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ।
The post ଭୋଜି ଖାଇ ୩୫ରୁ ଊର୍ଦ୍ଧ୍ୱ ଅସୁସ୍ଥ appeared first on Odisha Reporter.
from Odisha Reporter https://ift.tt/345f9Je
No comments:
Post a Comment