‘ମୁଁ ଆପଣଙ୍କ ପାଇଁ ଅବସର ଶବ୍ଦ ବ୍ୟବହାର କରିବି ନାହିଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 20, 2020

‘ମୁଁ ଆପଣଙ୍କ ପାଇଁ ଅବସର ଶବ୍ଦ ବ୍ୟବହାର କରିବି ନାହିଁ’

ନୂଆଦିଲ୍ଲୀ: ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ଅବସରରେ ଦୁଇ ଜଣ ଭାରତୀୟ କ୍ରିକେଟର ଅବସର ଘୋଷଣା କରିଥିଲେ। ଜଣେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଅନ୍ୟ ଜଣେ ସୁରେଶ ରାଇନା। ଆଉ ଏହି ଦୁଇ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଠି ଲେଖି କ୍ରିକେଟ୍ ଓ ଦେଶ ପାଇଁ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରିଛନ୍ତି।

ସୁରେଶ ରାଇନାଙ୍କୁ ଲେଖିଥିବା ପତ୍ରରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି- ଅଗଷ୍ଟ ୧୫ ତାରିଖରେ ଆପଣ ସେହି ନିଷ୍ପତ୍ତି ନେଲେ ଯାହା ଆପଣଙ୍କ ଜୀବନର ସବୁଠୁ କଷ୍ଟ ନିଷ୍ପତ୍ତି ହୋଇଥିବ। ମୁଁ ଆପଣଙ୍କ ପାଇଁ ‘ଅବସର’ ଶବ୍ଦଟିକୁ ବ୍ୟବହାର କରିବାକୁ ଚାହୁଁନାହିଁ। କାରଣ ସେଥିପାଇଁ ଆପଣଙ୍କର ବୟସ ହୋଇନାହିଁ। କ୍ରିକେଟ୍‌ରେ ଏକ ଫଳପ୍ରଦ ଇନିଂସ୍ ପରେ ଆପଣ ଜୀବନର ଅନ୍ୟ ଏକ ଇନିଂସ୍ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି।

ଆପଣ ଅନ୍ୟମାନଙ୍କ ପାଇଁ ଉଦାହରଣ

ପ୍ରଧାନମନ୍ତ୍ରୀ ଲେଖିଛନ୍ତି- ପିଢ଼ି ପରେ ପିଢ଼ି ଆପଣଙ୍କୁ ସମସ୍ତେ କେବଳ ଜଣେ ଉତ୍ତମ ବ୍ୟାଟ୍ସମ୍ୟାନ୍ ଭାବେ ମନେ ରଖିବେ ନାହିଁ, ତା’ସହିତ ଜଣେ ଉପଯୋଗୀ ବୋଲର ଭାବେ ମଧ୍ୟ ମନେ ରଖିବେ, ଯାହାଙ୍କୁ ଆବଶ୍ୟକ ବେଳେ ଅଧିନାୟକ ବ୍ୟବହାର କରୁଥିଲେ। ଆପଣଙ୍କ ଫିଲ୍ଡିଂ ମଧ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣାଦାୟୀ।

ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ଆପଣ ସବୁ ଫର୍ମାଟ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ବିଶେଷ ଭାବେ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଆପଣଙ୍କ ପ୍ରଦର୍ଶନ ଖୁବ୍ ଭଲ ଥିଲେ।  ଏହା ଏକ ସହଜ ଫର୍ମାଟ୍ ନୁହେଁ।୨୦୧୧ ବିଶ୍ୱକପ୍‌ରେ ଆପଣଙ୍କ ଭୂମିକାକୁ ଭାରତ ଆଦୌ ଭୁଲିବ ନାହିଁ।

ଟିମ୍ ସ୍ପିରିଟ୍ ନେଇ ଖେଳୁଥିଲେ ରାଇନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ଲେଖିଛନ୍ତି- ଖେଳାଳିମାନେ କେବଳ ପଡ଼ିଆ ଭିତରେ ସେମାନଙ୍କ ବ୍ୟବହାର ପାଇଁ ପ୍ରଶଂସା ପାଆନ୍ତି ନାହିଁ। ପଡ଼ିଆ ବାହାରେ ବି ସେମାନଙ୍କ ବ୍ୟବହାର ପାଇଁ ପ୍ରଶଂସାର ପାତ୍ର ହୋଇଥା’ନ୍ତି। ଆପଣଙ୍କ ଠାରେ ଲଢ଼େଇ କରିବାର ଯେଉଁ ମନୋବଳ ରହିଛି, ତାହା ଯୁବପିଢ଼ିକୁ ପ୍ରେରଣା ଦେବ।

ଆପଣଙ୍କୁ ଆପଣଙ୍କ ଟିମ୍ ସ୍ପିରିଟ୍ ପାଇଁ ବି ସ୍ମରଣ କରାଯିବ। ଖେଳିବା ସହିତ ଆପଣ ଅନେକ ସାମଜିକ କାର୍ଯ୍ୟରେ ବି ଜଡ଼ିତ ହୋଇଛନ୍ତି। ଆପଣ ମହିଳା ସଶକ୍ତିକରଣ, ସ୍ୱଚ୍ଛ ଭାର ଅଭିଯାନକୁ ସମର୍ଥନ କରିଛନ୍ତି ଏବଂ ଦରକାରୀ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ତାଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପତ୍ର ପାଇ ସୁରେଶ ରାଇନା ଖୁବ୍ ଖୁସି ହୋଇଛନ୍ତି ଏବଂ ଏହାଠୁ ବଡ଼ ପ୍ରଶଂସା କ’ଣ ହୋଇପାରେ ବୋଲି କହିଛନ୍ତି।

ସୁରେଶ ରାଇନା କହିଛନ୍ତି, ଆମେ ଯେତେବେଳେ ଖେଳୁ ଦେଶ ପାଇଁ ରକ୍ତ ଓ ଝାଳ ନିଗାଡ଼ୁ। ତେଣୁ ଲୋକଙ୍କ ସହିତ ଦେଶର ପ୍ରଧାନମନ୍ତ୍ରୀଙ୍କ ଭଲ ପାଇବା ଠାରୁ ଆଉ କେଉଁ ପ୍ରଶଂସା ବଡ଼ ହୋଇପାରେ। ପ୍ରଧାନମନ୍ତ୍ରୀ ଯେଉଁସବୁ ଶବ୍ଦରେ ପ୍ରଶଂସା କରିଛନ୍ତି ଓ ଶୁଭେଚ୍ଛା ଜଣାଇଛନ୍ତି, ସେଥିପାଇଁ ତାଙ୍କୁ ଧନ୍ୟବାଦ।

The post ‘ମୁଁ ଆପଣଙ୍କ ପାଇଁ ଅବସର ଶବ୍ଦ ବ୍ୟବହାର କରିବି ନାହିଁ’ appeared first on Odisha Reporter.



from Odisha Reporter https://ift.tt/2YjoI3k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages