ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୩ ହଜାରରୁ ଅଧିକ କରୋନା ପଜିଟିଭ୍, ଖୋର୍ଦ୍ଧାରେ ସବୁଠୁ ଅଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 25, 2020

ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୩ ହଜାରରୁ ଅଧିକ କରୋନା ପଜିଟିଭ୍, ଖୋର୍ଦ୍ଧାରେ ସବୁଠୁ ଅଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩,୩୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରାଜ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୫୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୩୧୮ଟି ହେଉଛି ଲୋକାଲ୍ କେସ୍‌।


ରାଜ୍ୟର ୩୦ଟି ଜିଲ୍ଲାରୁ ଏହି ୩,୩୭୧ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୪୭ ଜଣ ଅଛନ୍ତି। ସେହିପରି କଟକରୁ ୩୫୭ ଜଣ ଓ ଗଞ୍ଜାମରୁ ୧୯୬ ଜଣ ଚିହ୍ନଟ ହୋଇଛନ୍ତି।

ଭଦ୍ରକରୁ ୧୧୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୧୭୩, ମାଲକାନଗିରିରୁ ୧୩୪, ନୟାଗଡ଼ରୁ ୧୭୧, ପୁରୀରୁ ୧୪୪, ସମ୍ବଲପୁରରୁ ୧୦୭, ରାୟଗଡ଼ାରୁ ୧୪୬ ଓ ସୁନ୍ଦରଗଡ଼ରୁ ୧୫୪ ଜଣ ଚିହ୍ନଟ ହୋଇଛନ୍ତି।

୩,୩୭୧  ନୂଆ କେସ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୫୯,୪୭୦ ସୁସ୍ଥ ହୋଇ ସାରିଥିବା ବେଳେ ୨୭,୬୩୮ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୪୪୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

 

The post ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୩ ହଜାରରୁ ଅଧିକ କରୋନା ପଜିଟିଭ୍, ଖୋର୍ଦ୍ଧାରେ ସବୁଠୁ ଅଧିକ appeared first on Odisha Reporter.



from Odisha Reporter https://ift.tt/3aXCBJC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages