କରଞ୍ଜିଆ (ସତ୍ୟବ୍ରତ ବେହେରା): ମୟୁରଭଞ୍ଜ ଜିଲ୍ଲାରେ ଗତକାଲି ଠାରୁ ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁଁ ଶୁକୃଳି ବ୍ଳକ୍ ଅନ୍ତର୍ଗତ ମହିଳାସୁଳି ଗାଁରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଆହତ ହୋଇଛନ୍ତି।
ମୃତ ମହିଳାଙ୍କ ନାଁ ନନ୍ଦିନୀ ମୁଣ୍ଡା (୬୦)। ତାଙ୍କ ଝିଅଙ୍କ ନାଁ ଶ୍ରୀମତୀ ମୁଣ୍ଡା (୪୦)।
ମା’ଝିଅ ଘରେ ଶୋଇଥିବା ବେଳେ ଇଟା ଓ ମାଟିରେ ତିଆରି କାନ୍ଥଟି ଭାଙ୍ଗି ଯାଇଥିଲା। ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ନନ୍ଦିନୀଙ୍କ ମୃତ୍ୟୁ ହୋଇସାରିଥିଲା।
ଶ୍ରୀମତୀଙ୍କୁ ଲୋକେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ତାଙ୍କୁ ପ୍ରଥମେ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
The post କାନ୍ଥ ପଡ଼ି ଚାଲିଗଲା ମା’ର ଜୀବନ, ଝିଅ ଆହତ appeared first on Odisha Reporter.
from Odisha Reporter https://ift.tt/31rJPSY
No comments:
Post a Comment