‘ହୀରାକୁଦ‌କୁ ଜଳ ପ୍ରବେଶ କମିବା ଆରମ୍ଭ କରିଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 29, 2020

‘ହୀରାକୁଦ‌କୁ ଜଳ ପ୍ରବେଶ କମିବା ଆରମ୍ଭ କରିଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗତକାଲି ଠାରୁ ହୀରାକୁଦ ଡ୍ୟାମ୍‌ର ୪୬ଟି ଗେଟ୍ ଖୋଲା ଯାଇଥିବା ବେଳେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଆଶ୍ୱସ୍ତିକର ଖବର ଦେଇଛନ୍ତି। ଆଜି ଭୋର ୪ଟା ବେଳୁ ହୀରାକୁଦ ଡ୍ୟାମ୍‌କୁ ଜଳ ପ୍ରବେଶ କମିବା ଆରମ୍ଭ କରିଛି। ଏହା ଆଗକୁ ଆହୁରି କମିବ ବୋଲି ଆଶା କରାଯାଉଥିବା ସେ ଲେଖିଛନ୍ତି।


ଏହା ସହିତ ଏସ୍‌ଆର୍‌ସି ଲେଖିଛନ୍ତି ଯେ ମୁଣ୍ଡଳିରେ ସର୍ବାଧିକ ୧୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ଆଶା କରାଯାଉଛି। ଆସନ୍ତାକାଲି ଅପରାହ୍ଣ ପର୍ଯ୍ୟନ୍ତ ମୁଣ୍ଡଳିରେ ଏହି ସ୍ଥିତି ଜାରି ରହିପାରେ।


ବନ୍ୟାଜଳ ଯୋଗୁ ମହାନଦୀ ଅବବାହିକାରେ ଥିବା ବୌଦ୍ଧ ଜିଲ୍ଲାର ହରଭଙ୍ଗା, ସୁବର୍ଣ୍ଣପୁରର ଉଲୁଣ୍ଡା, ବରଗଡ଼ର ଅମ୍ବାଭୋନା, ଝାରସୁଗୁଡ଼ାର ଲଖନପୁର ଆଦି ବ୍ଲକର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି।

ସେହିପରି ମହନଦୀ ଫୁଲିବା ଯୋଗୁ ଉପକୂଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି।  କଟକ ଜିଲ୍ଲା ବାଙ୍କୀ ବ୍ଲକର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ବାହ୍ୟଜଗତରୁ କଇଁମୁଣ୍ଡି, ଶୁଖୁଆଖେଳା ଏବଂ ବିଲିପଡ଼ା ଅଞ୍ଚଳ ବିଛିନ୍ନ ହୋଇଯାଇଛି।

The post ‘ହୀରାକୁଦ‌କୁ ଜଳ ପ୍ରବେଶ କମିବା ଆରମ୍ଭ କରିଛି’ appeared first on Odisha Reporter.



from Odisha Reporter https://ift.tt/3hHct8x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages