ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ବାଘମାରୀ ନିକଟ ଅଟ୍ରି ଉଷ୍ମ ପ୍ରସ୍ରବଣ କେନ୍ଦ୍ର ଭିତରେ ବନ୍ୟାଜଳ ପ୍ରବେଶ କରିଛି। ମହାନଦୀର ଶାଖା ନଦୀରେ ବନ୍ୟା ଜଳ ଆସିବା ଯୋଗୁ ଅଟ୍ରିରେ ୪ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି।
ସେହିପରି ଜଟଣୀର ତିରିମଲଠାରେ ଦୟାନଦୀରେ ଆଜି ଭୋରରେ ୩୦ ଫୁଟ୍ର ଘାଇ ସୃଷ୍ଟି ହୋଇଛି। ଫଳରେ କଣାସ ବ୍ଲକ୍ର ଲୋକାପାଳ ଏବଂ ହଳଦିଆପଡ଼ା ଅଞ୍ଚଳରେ ପାଣି ପଶିଛି। ଏଥିଯୋଗୁ ଏକର ଏକର ଚାଷଜମି ଜଳମଗ୍ନ ହୋଇଛି।
The post ଅଟ୍ରି ଉଷ୍ମ ପ୍ରସ୍ରବଣରେ ପଶିଲା ବନ୍ୟାଜଳ appeared first on Odisha Reporter.
from Odisha Reporter https://ift.tt/32EjEbi
No comments:
Post a Comment